ମୁତୟନ ହେଲା ଜଟାୟୁ

ହାତରେ ଉଠିବନି ରାଜଧାନୀ ଅଳିଆ
ଭୁବନେଶ୍ୱର (ବୁ୍ୟରୋ): ଆଗକୁ ଆଉ ହାତରେ ଉଠାଇବାକୁ ପଡ଼ିବନି ରାଜଧାନୀ ଭୁବନେଶ୍ୱର ରାସ୍ତାଘାଟରେ ପଡ଼ିଥିବା ଅଳିଆ । କାରଣ ଅଳିଆ ଉଠାଇବା କାମରେ ମୁତୟନ ହୋଇଛି ଜଟାୟୁ ମେସିନ । ପବନ କରି ସବୁ ଅଳିଆ ଉଠାଇ ନେଉଛି ଏହି ମେସିନ୍ । ରାଜଧାନୀର ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ୱର ମହାନଗର ନିଗମ ଏଭଳି ଉଦ୍ୟମ ଆରମ୍ଭ କରିଛି । ଆଜିଠାରୁ ଅତ୍ୟାଧୁନିକ ମେସିନ୍ ଜଟାୟୁ ଜରିଆରେ ଭୁବନେଶ୍ୱର ରାସ୍ତାଘାଟର ସଫେଇ ଆରମ୍ଭ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ପ୍ରତୁ୍ୟଷ ଓ ଜାଗୃତି ଭଳି ଏଜେନ୍ସି ଜରିଆରେ ଦୁଇଟି ମେସିନ୍ ରାଜଧାନୀର ଚନ୍ଦ୍ରଶେଖରପୁର ଏବଂ ସ୍ମାର୍ଟ ଜନପଥରେ କାର୍ଯ୍ୟ ଆରମ୍ଭ ହୋଇଛି । ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି । ସ୍ମାର୍ଟ ଜନପଥରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଏହାକୁ ଉଦ୍ଘାଟନ କରିବା ପରେ ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଛି । ଏହି ମେସିନର ୧.୫ ଟନ୍ ଅଳିଆ ଉଠାଇବା କ୍ଷମତା ରହିଛି । ୯ ଇଞ୍ଚମୋଟେଇ ବିଶିଷ୍ଟ ସମସ୍ତ ପ୍ରକାର କଠିନ ବର୍ଜ୍ୟବସ୍ତୁକୁ ଏହି ଅତ୍ୟାଧୁନିକ ମେସିନ୍ ଉଠାଇ ନେଇପାରୁଛି । ମେସିନ୍ରେ ଲାଗିଥିବା ଭାକୁ୍ୟମ୍ ଅଳିଆକୁ ପାଇପ୍ ଜରିଆରେ ଶୋଷି ନେଇ ଡଷ୍ଟବିନ୍ ଡ୍ରମ୍ରେ ଗଦା କରି ଦେଉଛି । ଯାହାକୁ ପରେ ଅଳିଆ ବୁହା ଗାଡ଼ି ଯୋଗେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ ପଠାଇ ଦିଆଯାଉଛି । ଏହି ବ୍ୟବସ୍ଥା ପାଇଁ ବିଏମ୍ସି ଟଙ୍କାଟିଏ ଖର୍ଚ୍ଚ କରିନାହିଁ । ଜାଗୃତି ଓ ପ୍ରତୁ୍ୟଷ ଏହି ଦୁଇଟି ସଂସ୍ଥା ମେସିନ୍ କିଣିଥିବାବେଳେ ଏହା ସଫଳ ହେଲେ ଆଗକୁ ପ୍ରତ୍ୟେକ ଏଜେନ୍ସି ମେସିନ୍ କିଣି ପ୍ରତ୍ୟେକ ୱାର୍ଡରେ ଗୋଟିଏ ଗୋଟିଏ ଲଗାଇବା ପାଇଁ କୁହାଯାଇଥିବା ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *