ଅର୍ଥ ରାଶି ଅନୁମୋଦନ ପାଇଁ ଚିଠି ଯାଇଛି

ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲା
କଟକ (ବୁ୍ୟରୋ): ଆଦ୍ରଭୂମି ସୁରକ୍ଷା ତଥା ଚିଲିକା ଓ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଗଢି ଉଠୁଥିବାରୁ ଡ୍ରୋନ ସର୍ଭେ ପାଇଁ ଅର୍ଥ ରାଶି ଅନୁମୋଦନ ନିମନ୍ତେ ରାଜସ୍ୱ ସଚିବଙ୍କୁ ଚିଠି ଲେଖାଯାଇଛି । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ତହସିଲ ଓ ବ୍ରହ୍ମଗିରି ତହସିଲ ଅଞ୍ଚଳରେ ଦୁଇଟି ଡ୍ରେନ୍ ନିୟୋଜନ ଏବଂ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାରେ ଗୋଟିଏ ଡ୍ରୋନ ନିୟୋଜନ ପାଇଁ ଏହି ଚିଠି ଦର୍ଶାଯାଇଛି । ଏ ସମ୍ପର୍କରେ ଉଭୟ ଜିଲ୍ଲାପାଳ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି । ଅନ୍ୟପଟରେ ଆଜି ଏହି ମାମଲାର ଶୁଣାଣି ଥିବାବେଳେ ହାଇକୋର୍ଟଙ୍କ ରେଫରେନସ ପାଇଁ ଶୁଣାଣି ହୋଇପାରି ନାହିଁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୬ ତାରିଖରେ ଦିନ ଧାର୍ଯ୍ୟ ହୋଇଛି । ପୂର୍ବ ଶୁଣାଣିରେ ଆମିକସ୍କୁ୍ୟରୀ ମୋହିତ ଅଗ୍ରୱାଲ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ଚିଲିକାରେ ବାରମ୍ବାର ଉଚ୍ଛେଦ ସତ୍ତ୍ୱେ ପୁଣି ବେଆଇନ ଚିଙ୍ଗୁଡ଼ି ଘେରି ଗଢ଼ି ଉଠୁଛି । ଉପଯୁକ୍ତ ପାଟ୍ରୋଲିଂ ଅଭାବରୁ ଏଭଳି ସ୍ଥିତି ଉପୁଜିଛି । ଯଦି ଡ୍ରୋନ୍ର ବ୍ୟବହାର କରାଯାଏ ତାହାଲେ ଏହି ବେଆଇନ ଘେରିଗୁଡ଼ିକ ଉପରେ କଡ଼ା ନଜର ରଖାଯାଇପାରିବ । ତେଣୁ ସ୍ଥଳପଥ ଓ ଜଳପଥରେ ବୋଟ ମାଧ୍ୟମରେ ପୁଲିସ ପାଟ୍ରୋଲିଂ ଠିକ ଭାବେ ହେଉ ନ ଥିବାରୁ ଡ୍ରୋନ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ କରିବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟ ବି·ରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାର ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଡ୍ରୋନ କ୍ୟାମେରା ସରଞ୍ଜାମ ଯୋଗାଇ ଦେବାକୁ ସ୍ପଷ୍ଟ କରିଥିଲେ । ଏହାଦ୍ୱାରା ଆଦ୍ରଭୂମି ଅଞ୍ଚଳରେ ବେଆଇନ ଘେରୀ ହେବା କ୍ଷଣି ଜିଲ୍ଲା ପ୍ରଶାସନ ଜାଣିବା ସହ ତୁରନ୍ତ ଡ୍ରୋନ କ୍ୟାମେରାର ଘେରୀ ଉଚ୍ଛେଦରେ ସହାୟକ ହେବ ବୋଲି ହାଇକୋର୍ଟ କହିଛନ୍ତି । ଏହା ସହିତ ଚିଙ୍ଗୁଡ଼ି ·ଷ ପାଇଁ ସ୍ୱତନ୍ତ୍ର ସରକାରୀ ପଲିସି କରିବାକୁ ମଧ୍ୟ ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *