ଅଧିକାର ପାଇଁ ଏକାଠି ହେଲେ ଭିନ୍ନକ୍ଷମ
ପୁରୀ (ବୁ୍ୟରୋ): ଅନ୍ତରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି । ଜିଲ୍ଲାର ଭିନ୍ନକ୍ଷମ ସହିତ ଅନେକ ସକ୍ଷମ ବ୍ୟକ୍ତି ଏକାଠି ହୋଇ ଗଠନ କରିଛନ୍ତି ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚ । ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ପୁରୀ ମୁ୍ୟନିସ୍ପାଲିଟି ସହିତ ୧୧ଟି ବ୍ଲକ୍ର ପ୍ରତିନିଧି ଯୋଗଦେଇ ଦିବ୍ୟାଙ୍ଗଙ୍କ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ସାମାଜିକ କର୍ମୀ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ସଂଗଠନର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ସଂଗଠନର ଆବାହକ ଅଧ୍ୟକ୍ଷ ଭାବେ ସିଦ୍ଧାର୍ଥ ରାୟଙ୍କୁ ସର୍ବସମ୍ମତିକ୍ରମେ ମନୋନିତ କରାଯାଇ ଥିବାବେଳେ ବିଶିଷ୍ଟ ବ୍ୟଙ୍ଗ ସାହିତି୍ୟକ ରତ୍ନାକର ବେହେରାଙ୍କୁ ଉପାଧ୍ୟକ୍ଷ ତଥା ପ୍ରବକ୍ତା ଗଜଲକ୍ଷ୍ମୀ ରାଏଙ୍କୁ ସଂଗଠନ ସମ୍ପାଦିକା, ରାଜକିଶୋର ପାତ୍ରଙ୍କୁ ସହ ସମ୍ପାଦକ, ଅଞ୍ଜଳି କୁମାରୀ ନାୟକଙ୍କୁ କୋଷାଧ୍ୟକ୍ଷ, କମଳକାନ୍ତ ସାହୁଙ୍କୁ ସହ କୋଷାଧ୍ୟକ୍ଷ ଏବଂ ଆଇନଜୀବୀ ଅଶୋକ ଦାସ ଏବଂ ସଂଗ୍ରାମ କେଶରୀ ଦାସଙ୍କୁ ଲିଗାଲ ସେଲ୍ ଆଡ୍ଭାଇଜର୍ ଓ ମିଡିଆ ସେଲ୍ ସଞ୍ଚାଳକ ଭାବେ ସତ୍ୟନାରାୟଣ ସାହୁଙ୍କୁ ବଛା ଯାଇଛି ।
ସେହିପରି କ୍ଷେତ୍ର ସଞ୍ଚାଳକ ଭାବେ ନିର୍ମଳ କୁମାର ପ୍ରଧାନ, ପୁଷ୍ପଲତା ପ୍ରଧାନ ଏବଂ ବିଚିତ୍ରା ରାଉତରାୟ ଓ ପୁରୀ ନଗର କମିଟି ସଞ୍ଚାଳକ ଭାବେ ପ୍ରଶାନ୍ତ କୁମାର ନାୟକ, ବିସ୍ମୟ ମିଶ୍ର, କୃଷ୍ଣ ଚନ୍ଦ୍ର ସାହୁ ମନୋନିତ ହୋଇଛନ୍ତି । ଗୋପ ବ୍ଲକ୍ ସଞ୍ଚାଳକ ନିର୍ମଳ କୁମାର ପ୍ରଧାନ, ବ୍ରହ୍ମଗିରି ବ୍ଲକ୍ ସଞ୍ଚାଳକ ଗୁଣ୍ଡିଚା ଷଣ୍ଢ, କୃଷ୍ଣପ୍ରସାଦ ବ୍ଲକ୍ ସଞ୍ଚାଳକ ଧର୍ମପ୍ରସାଦ ଦାସ, ଅସ୍ତରଙ୍ଗ ବ୍ଲକ୍ ସଞ୍ଚାଳକ ଭ୍ରମରବର ରାଉତ, ସତ୍ୟବାଦୀ ସଞ୍ଚାଳକ ପ୍ରଦୀପ କୁମାର ଦାସ, କାକଟପୁର ସଞ୍ଚାଳକ ଅକ୍ଷୟ କୁମାର ସ୍ୱାଇଁ, ନିମାପଡ଼ା ସଞ୍ଚାଳକ ଦିବାକର ନାୟକ ପ୍ରମୁଖଙ୍କ ମନୋନିତ କରାଯାଇଛି ।