୨ ଟନ୍ ଗଞ୍ଜେଇ ନଷ୍ଟ କଲା ପୁଲିସ୍

ଶେରଗଡ଼ (ଆପ୍ର): ସମଗ୍ର ରାଜ୍ୟରେ ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ କାରବାର । ଏହି କାରବାରରେ ରୋକ ଲଗାଇବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅସାଧୁ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଉଛି । ଜବତ ଗଞ୍ଜେଇକୁ ନଷ୍ଟ କରିବା ପାଇଁ ବର୍ତ୍ତମାନ ଗଞ୍ଜେଇ ନଷ୍ଟ କାର୍ଯ୍ୟକ୍ରମ ଚାଲିଛି । ଏହି କ୍ରମରେ ଆଜି ଦକ୍ଷିଣାଞ୍ଚଳ ଆଜି ଙ୍କ ଉପସ୍ଥିତିରେ କନ୍ଧମାଳ ଜିଲ୍ଲାରେ ଜବତ ହୋଇଥିବା ୨୦୨୦ କେଜି ଗଞ୍ଜେଇକୁ ଶେରଗଡ଼ସ୍ଥିତ ଅରଖପଦାରେ ଥିବା ସରକାରୀ ସ୍ୱିକୃତିପ୍ରାପ୍ତ ଜୈବ ବର୍ଜ୍ୟବସ୍ତୁ ନଷ୍ଟ କାରଖାନାରେ ପୋଡ଼ିି ନଷ୍ଟ କରାଯାଇଛି ।
କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ମୋଟ୍ ୨ହଜାର ୨୦ କେଜି ଗଞ୍ଜେଇ ପୋଡ଼ି ନଷ୍ଟ କରାଯାଇଥିବା ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ପ୍ରକାଶ କରିଛନ୍ତି । ଏହା ସହ ଗଞ୍ଜେଇ କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନେ ସେଥିରୁ ନିବୃତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ନେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି କହିଥିଲେ । ଏହି ଗଞ୍ଜେଇ ନଷ୍ଟ ବେଳେ କନ୍ଧମାଳ ଏସ୍ପି ବିନୀତ ଅଗ୍ରୱାଲ, ଏସ୍ଟିଏଫ କ୍ରାଇମବ୍ରାଞ୍ଚ ଏସ୍ପି ଭୁବନେଶ୍ୱର କିଶୋର ପାଣିଗ୍ରାହୀ, କନ୍ଧମାଳ ଡେପୁଟି କଲେକ୍ଟର ପ୍ରଭାତୀ ମହାରଣା, ଇନଚାର୍ଜ ସୁପରିଟେଣ୍ଡେନ୍ଟ ଶ୍ରୀଧର ହେମ୍ବ୍ରମ, ସାଇଣ୍ଟିଫିକ୍ ଅଫିସର ଦିପ୍ତି ରଂଜନ ପାଢ଼ୀ, ଡିଏସ୍ପି ସ୍ନେହାଶିଷ ସାହୁ, ପଲୁ୍ୟସନଣ୍ଟକଣ୍ଟ୍ରୋଲ ବୋର୍ଡ଼ର୍ ଅଫିସର ପି. କେ ସେନାପତି, ଶେରଗଡ଼ ଥାନାଧିକାରୀ ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *