ନ୍ୟାୟ ନ ପାଇ ନବବଧୂଙ୍କ ଆତ୍ମହତ୍ୟା ଉଦ୍ୟମ
ସାଲେପୁର (ଆପ୍ର): କିଛି ଦିନ ତଳେ ଶାଶୁଘରେ ଆଗରେ ନ୍ୟାୟ ପାଇଁ ଧାରଣାରେ ବସିଥିବା ନବ ବଧୂ ଆଜି ଦେହରେ ନିଅାଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ନବବଧୂ ସସ୍ମିତାଙ୍କୁ ଆତ୍ମହତ୍ୟାରୁ ବିରତ କରାଇଥିଲେ । ତେବେ ସସ୍ମିତା ଏକ ବଡ଼ ଅଘଟଣର ବର୍ତ୍ତି ଯାଇଥିôବା ଜଣାପଡ଼ିଛି ।
ସୂଚନା ମୁତାବକ, ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ପଞ୍ଚାୟତ ମାଛୁଆତି ଗ୍ରାମର ସନାତନ ମହାରଣାଙ୍କ ପୁଅ ସୁସେନ ମହାରାଣାଙ୍କୁ ୨୦୨୦ ଜୁଲାଇ ୧୩ ତାରିଖ ଦିନ ଢ଼େଙ୍କାନାଳ ଜିଲ୍ଲା ରାଧାକୃଷ୍ଣ ବଜାରର ସତ୍ୟନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣା ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ଦିନପରେ କୌଶଳ କରି ଶଶୁର ଘରର ଲୋକମାନେ ସସ୍ମିତାକୁ ବାପ ଘରକୁ ପଠାଇ ଦେଇ ଆଉ ଆଣୁ ନଥିଲେ । ଗତ ସପ୍ତାହେ ହେଲାଣି ବୋହୂ ସସ୍ମିତା ଶଶୁର ଘର ଆଗରେ ଧାରଣାରେ ବସିଥିଲେ । ସୁଯୋଗ ନେଇ ଶଶୁର ଘରର ଲୋକମାନେ ଘରେ ତାଲା ପକାଇ ଛୁ ମାରିଛନ୍ତି । ପ୍ରଶାସନ ଓ ଶଶୁର ଘରୁ ନ୍ୟାୟ ନ ପାଇବା ପରେ ଆଜି ସନ୍ଧ୍ୟାରେ ଶଶୁର ଘର ଆଗରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ସସ୍ମିତାକୁ ଧରାଧରି କରି ରକ୍ଷା କରିଥିଲେ । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।