ବିଶ୍ୱକପ୍ ଯାଏ ଜବରଦଖଲ ଉଚ୍ଛେଦ
ଏନ୍ଏଚ୍ରୁ ୫ଠ ଫୁଟ ଯାଏ ସବୁ ବେଆଇନ ନିର୍ମାଣ ହଟିବ
ଭୁବନେଶ୍ୱର (ବୁ୍ୟରୋ): ଜାନୁଆରୀରୁ ଆରମ୍ଭ ହେବ ହକି ବିଶ୍ୱ କପ୍ । ରାଜଧାନୀକୁ ଚକାଚକ୍ କରିବା ପାଇଁ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ସହରକୁ ନୂଆ ରୂପ ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗଉଛି । ହେଲେ ସବୁଠି ଗୋଟିଏ ସମସ୍ୟା ଜବରଦଖଲ । ଏଣିକି ଜାତୀୟ ରାଜପଥରୁ ୫୦ ମିଟର ଯାଏ ସମ୍ପୂର୍ଣ୍ଣ ଜବରଦଖଲମୁକ୍ତ କରାଯିବ । ତେଣୁ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂଙ୍କ ନିଦେ୍ର୍ଦଶକ୍ରମେ ଏବେ ଆକ୍ସନମୋଡରେ ବିଡିଏ ଓ ବିଏମସିର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ।
ସୋମବାର ମୋଟ ୧୬ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ବିଭିନ୍ନ ଅଞ୍ଚଳରେ ଉଚ୍ଛେଦ କରିଛି । ପାତ୍ରପଡ଼ାରୁ ଆଇଗିଣିଆ ଛକ ପର୍ଯ୍ୟନ୍ତ ଏନଫୋର୍ସମେ ସ୍କ୍ୱାଡ୍ ନମ୍ବର ୧, ୨ ଓ ୩ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । ଏଥିରେ ୧୧ ଟିଣ ନିର୍ମିତ ଆଜବେଷ୍ଟର୍ସ ଘର, ୫ କ୍ୟାବିନ, ୨ ନର୍ସରୀ, ଗୋଟିଏ କାଠ ଗୋଲା, ମାର୍ବଲ ଦୋକାନର ଏକ ଗେଟ୍ ମାଟିରେ ମିଶିଛି । ଦ୍ୱିତୀୟ ଉଚ୍ଛେଦ ବାଣୀବିହାର ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରାସ୍ତା କଡରେ ହୋଇଥିବା ଦୋକାନଗୁଡ଼ିକୁ ହଟାଇ ଦିଆଯାଇଛି । ଏହି ଉଚ୍ଛେଦରେ ସ୍ଥାନୀୟ ଦୋକାନୀ ପ୍ରବଳ ବିରୋଧ କରିଥିଲେ । ହେଲେ ସ୍କ୍ୱାଡ୍ ନମ୍ବର ୯, ୧୦, ୧୧ ଓ ୧୨ ଏବଂ ସହିଦ ନଗର ପୁଲିସର ହସ୍ତକ୍ଷେପ ଯୋଗୁ ଉଚ୍ଛେଦ ଅଭିଯାନ ଜାରି ରହିଥିଲା । ଏଠାରେ ୨୭ କ୍ୟାବିନ, ଗୋଟିଏ ୨୦୦ ମିଟର ଲମ୍ବର ପାଚେରୀ, ୬ ବିଜ୍ଞାପନ ବୋର୍ଡ ଓ ୪ ହୋଟେଲ ଭଙ୍ଗାଯାଇଥିଲା । ସେହିପରି ତୃତୀୟ ଉଚ୍ଛେଦଟି ଡମଣାରୁ ଶୈଳଶ୍ରୀବିହାର ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଥିଲା । ଏଥରେ ସ୍କ୍ୱାଡ୍ ନମ୍ବର ୫, ୬, ୭ ଓ ୮ ସାମିଲ ହୋଇଥିଲେ । ଉଚ୍ଛେଦରେ ୭ କ୍ୟାବିନ, ୩ ଟ୍ରଲି, ୩ ଟିଣ ନିର୍ମିତ ଆଜବେଷ୍ଟର୍ସ ଘର, ୧୨ ବିଜ୍ଞାପନ ହୋର୍ଡିଂ ଓ ୧୦ ବିଜ୍ଞାପନ ବୋର୍ଡ, ୮ ବାଉଁଶ ନିର୍ମିତ ଦୋକାନ, ୧୮ ବକ୍ସ ଗେଟ ହଟାଇ ଦିଆଯାଇଛି । ଏଥିରୁ ୩ ସ୍କ୍ୱାଡ୍ ଯଥା: ୫, ୭ ଓ ୮ ନହରାକଣ୍ଟାସ୍ଥ ଜୟଦେବ କଲେଜ ନିକଟରେ ଥିବା ଗ୍ଲୋବାଲ ଟାଇଲ୍ସକୁ ବନ୍ଦ କରିବା ସହ ନହରାକଣ୍ଟାରେ ପ୍ଲାଷ୍ଟିକ ଡିଷ୍ଟ୍ରିବୁ୍ୟଟରର ଟ୍ରେଡ ଲାଇସେନ୍ସ ନଥିବାରୁ ୫ହଜାର ଟଙ୍କା ଫାଇନ ଆଦାୟ କରିଛି । ଏହାସହ ପଞ୍ଚମ ଉଚ୍ଛେଦଟି ନୟାପଲ୍ଲୀସ୍ଥିତ ସ୍କ୍ୱାଡ୍ ନମ୍ବର ୧୩, ୧୪, ୧୫ ଓ ୧୬ ପକ୍ଷରୁ ସମ୍ପନ୍ନ କରାଯାଇଛି । ଏଥିରେ ୫ ଆଜବେଷ୍ଟର୍ସ ଘର, ଦୁଇଟି କାଠ ଦୋକାନ ଓ ୨ ଟିଣ ଘର ମାଟିରେ ମିଶିଛି ।