କନ୍ଧମାଳକୁ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କଲା କିସ୍

ଟିବି ମୁକ୍ତ ଅଭିଯାନ
ଫୁଲବାଣୀ (ବୁ୍ୟରୋ): ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ ‘ଟିବି ହାରେଗା ଦେଶ ଜିତେଗା’ ପ୍ରତି ଗୁରୁତ୍ୱ ଦିଆଯାଉଛି । ଯକ୍ଷ୍ମା ମୁକ୍ତ ଅଭିଯାନରେ ସାମିଲ ହୋଇ କନ୍ଧମାଳ ସାଂସଦ ତଥା କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କନ୍ଧମାଳ ଜିଲ୍ଳାକୁ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରିଛନ୍ତି । ସୋମବାର ସାଂସଦ ଅଚୁ୍ୟତ ସାମନ୍ତ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସହାୟତା ‘ଖାଦ୍ୟ ବାସ୍କେଟ’ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀରେ ୬ ବ୍ଲକ୍ ଓ ବାଲିଗୁଡ଼ାଠାରେ ଜିଲ୍ଲାର ଆଉ ୬ ବ୍ଲକ୍ର ୩୯ ଶିଶୁଙ୍କ ସମେତ ମୋଟ ୬୦୬ ଟିବି ରୋଗୀଙ୍କୁ ପୋଷକ ଖାଦ୍ୟ ବାକ୍ସ ବଣ୍ଟନ କାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ କରାଯାଇଛି । ପ୍ରତିମାସ ଏହି କାର୍ଯ୍ୟକ୍ରମ ଜାରି ରହିବ । ପୋଷକ ଖାଦ୍ୟ ବଣ୍ଟନ ବାବଦରେ ଜିଲ୍ଲାର ସମସ୍ତ ରୋଗୀଙ୍କ ପାଇଁ ମାସିକ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ । ୬ମାସରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ଏବଂ ଏଥିପାଇଁ ମୋଟ ୪୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ । ଏ ବାବାଦ ସମସ୍ତ ଖର୍ଚ୍ଚ ମଧ୍ୟ କିସ୍ ଫାଉଣ୍ଡେସନ୍ ବହନ କରିବ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ ପଟ୍ଟନାୟକ ଏବଂ ଜିଲ୍ଲା ଏଡିପିଏଚ୍ଓ (ଟିବି) ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *