ଉପାସରେ ୪ ଗାଁ

ଭବାନୀପାଟଣା (ଆପ୍ର): ରାଜ୍ୟ ରାଜପଥରେ ଓଲଟିଲା ଏଲ୍ପିିଜି ଟ୍ୟାଙ୍କର । ପାଖାପାଖି ୧୨ ଘଣ୍ଟା ହେଲା ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କଳାହାଣ୍ଡି ଜିଲ୍ଲା କର୍ଲାପଡ଼ା ୧୬ ନଂ ରାଜ୍ୟ ରାଜପଥର କୁବୁଡ଼ିଗାଁରେ ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଏଭଳି ଘଟଣା ଘଟିଛି । ଟ୍ୟାଙ୍କର ଓଲଟି ଗ୍ୟାସ୍ ଲିକ୍ ହେବାରୁ ଆଖପାଖର ୪ ଗାଁ ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ଏହି ଗାଁ ଗୁଡ଼ିକ ସମ୍ପୂର୍ଣ୍ଣ ଧୂଅାଁମୟ ହୋଇଛି । ବିପଦସଙ୍କୁଳ ସ୍ଥିତିକୁ ଆଖି ଆଗରେ ରଖି ଆଖପାଖ ୪ ଗାଁର ଲୋକଙ୍କୁ ପ୍ରଶାସନ ୨ କିମି ଦୂର ଏକ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରିଛି ଏବଂ ସେଠାରେ ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି । ବିଶେଷ କରି କୁବୁଡ଼ିଗାଁର ୭୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।
ଅପରପକ୍ଷେ ଗାଁରୁ ବିଜୁଳି ସଂଯୋଗ କାଟି ଦିଆଯାଇଥିବା ବେଳେ ନିଆଁ ବ୍ୟବହାର ନ କରିବାକୁ ତଥା ରୋଷେଇ ନକରିବାକୁ ଲୋକଙ୍କୁ ସଚେତନ କରାଯାଉଛି । ବଲାଙ୍ଗିରରୁ ଏକ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍ ରୋକିବାକୁ ଉଦ୍ୟମ ଚଳାଇ ଥିବା ବେଳେ ବିଫଳ ହେବାରୁ ପଡୋଶୀ ରାଜ୍ୟ ଛତିଶଗଡ ରାୟପୁରରୁ ଅନ୍ୟଏକ ବିଶେଷଜ୍ଞ ଦଳ ଆସୁଥିବା ସୂଚନା ମିଳିଛି । ଅଗ୍ନିଶମବାହିନୀ ପହଞ୍ଚି ସ୍ଥିତି ଉପରେ ନଜର ରଖିଥିବା ବଳେ ଟ୍ୟାଙ୍କର ଓଲଟି ଗ୍ୟାସ୍ ଲିକ୍ ହେଉଥିବାରୁ ଭବାନୀପାଟଣା ମୁଖ୍ୟ ରାସ୍ତାରେ ଯାତାୟତ ବନ୍ଦ ରଖାଯାଇଛି । ସୂଚନାଯୋଗ୍ୟ ଗ୍ୟାସ୍ ଟ୍ୟାଙ୍କରଟି ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *