ନେତା ବାଛିବେ ପଦ୍ମପୁରବାସୀ
ଭୁବନେଶ୍ୱର, ୪ା୧୨ (ବୁ୍ୟରୋ): ପଦ୍ମପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି । ପୁଲିଂ ପାର୍ଟି ବୁଥକୁ ଯାଇ ସାରିଛନ୍ତି । ୧୨୭୬ ପୁଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି । ସାଇଲେନ୍ସ ପିରିୟଡରେ ଚେକିଂ କଡ଼ାକଡି କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସୋମବାର ସନ୍ଧ୍ୟା ସାଢ଼େ ୬ଟା ଯାଏ ଏକଜିଟ୍ ପୋଲ୍ ଉପରେ କଟକଣା ଲାଗିଛି । ମଦ ବିକ୍ରି ଉପରେ ବି କଟକଣା ଲାଗିଛି । ଇଭିଏମରେ ତ୍ରୁଟି ଥିଲେ, ନୂଆ ଇଭିଏମ ପାଇଁ ବ୍ୟବସ୍ଥା ଅଛି । ପଦ୍ମପୁରରେ ୩୧୯ ସମ୍ବେଦନଶୀଳ ବୁଥ ଅଛି । ୩୦୬ ବୁଥର ନାମ ପରିବର୍ତ୍ତନ କରାଯାଇଛି ।
୧୨ ଡକୁ୍ୟମେଣ୍ଟ ନେଇ ଭିତରୁ ଯେକୌଣସିଟି ନେଇ ଭୋଟ ଦେବାକୁ ଭୋଟର ଆସିପାରିବେ । ଦିବ୍ୟାଙ୍ଗ ଭୋଟର ପାଇଁ ଘରୁ ଆଣି ଛାଡ଼ିବା ଲାଗି ଗାଡ଼ିର ବ୍ୟବସ୍ଥା ହୋଇଛି । ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ମତଦାନ ଚାଲିବ । ୧୫ ମଡେଲ ଓ ୬ ପିଙ୍କ୍ ବୁଥ ହୋଇଛି । ୭୯ କ୍ରିଟିକାଲ୍ ବୁଥ ଅଛି । ୧୨୦ବୁଥରେ ୱେବ୍ କାଷ୍ଟିଂ ଓ ୬୬ ବୁଥରେ ସିସିଟିଭି ଲାଗିଛି । ୧୪୧୩ ପୁଲିସ ନିଯୁକ୍ତ ଅଛନ୍ତି ଓ ୯ ସିଆରପିଏଫ୍ କମ୍ପାନି ନିଯୁକ୍ତ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି ।
ପଦ୍ମପୁରରେ ମୋଟ ୨ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ରହିଛି । ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ ରହିଛି । ପଦ୍ମପୁରରେ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ସୂଚନାଯୋଗ୍ୟ, ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ଆସନଟି ଖାଲି ପଡ଼ିଲା । ଆସନ୍ତାକାଲି ଭୋଟ୍ ହେବାକୁ ଥିବାବେଳେ ଡିସେମ୍ବର ୮ ତାରିଖରେ ଆସିବ ଫଳାଫଳ ।