ଶିଳ୍ପ ପ୍ରଦୂଷଣ ପ୍ରଭାବ ଜଙ୍ଗଲ, ଜଳବାୟୁ ଉପରେ ପଡ଼ୁଛି
ଜାତୀୟ ପ୍ରଦୂଷଣ ନିରାକରଣ ଦିବସ
କେନ୍ଦୁଝର (ଆପ୍ର): ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଉପଲକ୍ଷେ ଯୋଡା ପୌରପାଳିକା କନଫରେନ୍ସ ହଲ ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ଖଣି ଏବଂ ଶିଳ୍ପର ଅଧିକାରୀମାନେ ଯୋଗ ଦେଇଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ନିଜ ବକ୍ତବ୍ୟରେ ଯୋଡା, ବଡବିଲରେ ରହିଥିବା ଖଣି ଏବଂ ଶିଳ୍ପ କିପରି ପ୍ରଦୂଷଣ ରୋକିବେ ସେ ନେଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଳାପାଳ ସୁଷମା ବିଲୁଙ୍ଗ ପ୍ରଦୂଷଣ ରୋକିବା ଏବଂ ସ୍ୱଚ୍ଛତା ବଜାୟ ରଖିବା କମ୍ପାନୀମାନଙ୍କର ଦାୟିତ୍ୱ ବୋଲି କହିଥିଲେ । କେନ୍ଦୁଝର ଡିଏଫଓ ଧନରାଜ ଏଚ୍ଡି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ଉପରେ ପ୍ରଦୂଷଣର ପ୍ରଭାବ ପଡୁଛି । ପ୍ରଦୂଷଣ ରୋକାଯାଇ ପାରିଲେ ପରିବେଶ ର ସୁରକ୍ଷା ହୋଇପାରିବ ମତବ୍ୟକ୍ତ କରିଥିଲେ । ଯୋଡା ପୌରାଧ୍ୟକ୍ଷ ଡଃ ଜଗଦିଶ ପ୍ରସାଦ ସାହୁ, ଯୋଡା ପୌର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ଯୋଡା ଟାଟା ଷ୍ଟିଲର ସିନିୟର ମ୍ୟାନେଜର(ପରିବେଶ) ସଂଘମିତ୍ରା ମିଶ୍ର, ଜେଏସଡବ୍ଲ୍ୟୁ କମ୍ପାନୀର ପରିବେଶ ଅଧିକାରୀ ସୁରେଶ କୁମାର ମହାପାତ୍ରଙ୍କ ସମେତ ଯୋଡା, ବଡବିଲ ଅଞ୍ଚଳର ଶିଳ୍ପ ଏବଂ ଖଣି କମ୍ପାନୀର ପଦାଧିକାରୀମାନେ ଯୋଗ ଦେଇଥିଲେ । ସହକାରୀ ପରିବେଶ ବିଜ୍ଞାନୀ ଇପ୍ସି ଗିରି ପ୍ରୋଜେକ୍ଟର ମାଧ୍ୟମରେ କିପରି ବାୟୁ ଏବଂ ଜଳ ପ୍ରଦୂଷଣ ନିରାକରଣ କରାଯାଇପାରିବ ସେ ନେଇ ପ୍ରଦର୍ଶନ କରାଇ ସଚେତନ କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଇଂ ଦେବଦତ୍ତ ମହାନ୍ତି, ଡିଇଓ ଲୁଲୁ ନାୟକ, ସତ୍ୟନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍,ଆଞ୍ଚଳିକ କାର୍ଯ୍ୟାଳୟର ଉପ ପରିବେଶ ଯନ୍ତ୍ରୀ ଇଂ ନିବେଦିତା ଦାସ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।