ସଙ୍ଗଠନ ଛାଡ଼ି ସଂସାର ଗଢ଼ିଲେ

୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ହାତରେ ମେହେନ୍ଦି
ଫୁଲବାଣୀ, ୪ା୧୨ (ବୁ୍ୟରୋ): ଯେଉଁ ହାତରେ ଦିନେ ବନ୍ଧୁକ ଥିଲା ଆଜି ସେ ହାତରେ ମହେନ୍ଦି ଲାଗିଛି । ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଆଜି ସଙ୍ଗଂନ ଛାଡ଼ି ସାଂସାର ଗଢ଼ିଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ଏହି ଦୁଇ ଝିଅଙ୍କ ବିବାହ କରାଯାଇଛି । ଦୁଇ ଝିଅଙ୍କ ନାମ ସପନିତା ପାଟମାଝି ଓରଫ ନନ୍ଦିନୀ ଏବଂ ଫୁଲବତି ଉଷେଣ୍ଡା ଓରଫ କରୁଣା ସପନିତା ବୋଲି କନ୍ଧାମଳ ପୁଲିସ୍ ସୂଚନା ଦେଇଛି ।
ସପନିତାର ଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁଡ୍ରି ଗ୍ରାମରେ । ସେ ୨୦୧୮ରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ ଏବଂ ୨୦୧୯ରେ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ସେହିଭଳି ଫୁଲବତିଙ୍କ ଘର ଛତିଶଗଡ ରାଜ୍ୟ କଂକେର ଜିଲ୍ଲା ଗୁମୁଡି ଗ୍ରାମରେ । ସେ ୨୦୦୮ରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ ଏବଂ ୨୦୨୧ରେ ପୁଲିସ ଡିଜିଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ ।
ଆତ୍ମସମର୍ପଣ କରିବା ପରଠୁ ଉଭୟ କନ୍ଧମାଳ ଜିଲ୍ଲା ପୁଲିସ ହେପାଜତରେ ରହିଥିଲେ । ରବିବାର ଉଭୟଙ୍କ ବାହାଘର ହେଉଛି । ସପନିତାର ବିବାହ ଦାରିଙ୍ଗବାଡିର ବିନୋଦ ନାମକ ଯୁବକ ସହ ହୋଇଛି ଏବଂ ଫୁଲବତିର ବିବାହ ଜି. ଉଦୟଗିରିର ସ୍ୱପ୍ନେଶ୍ୱର ନାମକ ଯୁବକ ସହ ହୋଇଛି ।
ପୁଲିସ ପ୍ରଶାସନ ପକ୍ଷରୁ ବାହାଘରର ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ବିବାହରେ ପୁଲିସ ପ୍ରଶାସନିକ କର୍ମଚାରୀଙ୍କ ସହ ବର ଓ କନ୍ୟା ପକ୍ଷ ସାମିଲ ହୋଇଛନ୍ତି ।
ନନ୍ଦିନୀ କହିଛନ୍ତି, ସେ ଏସ୍ପିଙ୍କ ଝିଅ ହୋଇଯାଇଥିଲେ । ଏବେ ତାଙ୍କୁ ଛାଡ଼ି ଶାଶୁ ଘରକୁ ଯିବାକୁ ପଡ଼ୁଛି । ସେ ବାପା ଭଳି ତାଙ୍କୁ ଭଲ ରାସ୍ତାକୁ ଆଣିଥିଲେ । ଏବେ ବାହା ଦେଉଛନ୍ତି । ଏହାକୁ ନେଇ ସେ ଖୁସି । ସେପରି ଫୁଲବତି କହିଛନ୍ତି, ସମସ୍ତ ମାଓବାଦୀମାନେ ଅସ୍ତ୍ର ଛାଡ଼ି ଭଲ ବାଟକୁ ଆସିଯିବା ଉଚିତ । ଏହା ଦ୍ୱାରା ସେମାନେ ନିଜର ଓ ସମାଜର ଉନ୍ନତିରେ ସାମିଲ ହୋଇପାରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *