ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିରର ଟିକିନିଖି ଦୃଶ୍ୟ

ପୁରୀ,୩ ।୧୨(ବୁ୍ୟରୋ): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁନର୍ବାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଡ୍ରୋନ୍ କ୍ୟାମେରା ସହୟତାରେ ଶ୍ରୀମନ୍ଦିର ବେଢ଼ାର ଟିକିନିଖି ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏପରିକି ନୀଳଚକ୍ରରେ ବାନା ବନ୍ଧା ଯାଉଥିବା ଦୃଶ୍ୟ ମଧ୍ୟ ଡ୍ରୋନ୍ କ୍ୟାମେରାରେ କଏଦ୍ ହୋଇଛି । ପାଞ୍ଚ ମିନିଟ୍ ୪୩ ସେକେଣ୍ଡର ଭିଡିଓରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଏଥିରେ ଦେଖିବାକୁ ମିଳିଛି । ଏହି ଭିଡିଓ ଓ ଫଟୋ ନେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ଠାରୁ ୨ଠ ହଜାର ଟଙ୍କା ଦାବି କରାଯାଉଛି । ସୋସିଆଲ ମିଡିଆରେ ଏଥିରୁ କିଛି ଫଟୋ ଅପ୍ଲୋଡ୍ କରି ଜନୈକ କୃଷ୍ନଚନ୍ଦ୍ର ପାଢୀ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ।
ସେ ୟୁଟୁ୍ୟବ୍ରେ ବ୍ରେ ୟୁନିଫାଏଡ୍ ଅନିମେଶ ନାମକ ଏକ ଆକାଉଣ୍ଟରେ ଭିଡିଓ ଅପଲୋଡ୍ କରାଯିବା ସହ ଓଡିଶା ପୁଲିସକୁ ଧନ୍ୟବାଦ ଦିଆଯାଇଛି । ଭିଡିଓ ଉତ୍ତୋଳନ କରିଥିବା ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀ କହିଛନ୍ତି, ଟୁରିଜିମ୍ ପାଇଁ ମୁଁ କାମ କରେ । ଏକ ଡକୁ୍ୟମେଣ୍ଟାରି ପାଇଁ ପୁରୀ ଯାଇଥିଲି । ଜଣେ ପୁଲିସ୍ କର୍ମଚାରୀଙ୍କୁ ପଚାରି ଡ୍ରୋନ୍ରେ ଭିଡିଓ କରିଥିଲି । ମନ୍ଦିର ନିକଟରେ ଥିବା ଏକ ୫ ମହଲା କୋଠା ଉପରକୁ ଯାଇ ଡ୍ରୋନ୍ ଉଡାଇଥିଲି ।
ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ କେତେ ସଜାଗ ରହିଛି ପ୍ରଶାସନ ତାହା ସ୍ପଷ୍ଟ ଜଣାପଡିଛି । ତେବେ ଘଟଣାର ତଦନ୍ତ କରାଯାଇ ଉପରୋକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ୍. ଚନ୍ଦ୍ରଶେଖର ରାଓ । ସେ ଆହୁରି ମଧ୍ୟ କହିଛନ୍ତି, କେଉଁ ପରିସ୍ଥିତିରେ ଓ କେବେ ଡ୍ରୋନ୍ ମାଧ୍ୟମରେ ଭିଡିଓ ଉତ୍ତୋଳନ ହେଲା ତାହାର ତଦନ୍ତ କରାଯିବ ।
ସୂଚନାଥାଉକି, କିଛିଦିନ ତଳେ ଶ୍ରୀମନ୍ଦିର ରନôସିଂହାସନ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥିବା ଜଣେ ବାଂଲାଦେଶୀ ୟୁଟୁ୍ୟବରକୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଥିଲା । ଉକ୍ତ ଘଟଣା ଥମି ନଥିବା ବେଳେ ପୁଣି ଶ୍ରୀମନ୍ଦିରର ଭିତରର ଟିକିନିଖି ଦୃଶ୍ୟ ଭାଇରାଲ ହେବା ସମସ୍ତକୁ ଚକିତ କରିଛି । ଏବେ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ୍ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *