କାର୍ଯ୍ୟାନୁଷ୍ଠାନ ଦାବି କଲା ଏସ୍ୟୁଜେ ଜିଲ୍ଲା ଟିମ୍

ପାଇକମାଳରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା
ବାରିପଦା (ଆପ୍ର): ପଦ୍ମପୁର ନିର୍ବାଚନ ଖବର ସଂଗ୍ରହ ସମୟରେ କାର୍ଯ୍ୟରତ ସାମ୍ବାଦିକ ଦେବହରି ବେହେରାଙ୍କ ଉପରେ ହୋଇଥିବା ଆକ୍ରମଣ ଓ ହତ୍ୟା ଧମକକୁ ରାଜ୍ୟ ସାମ୍ବାଦିକ ସଂଘ(ଏସ୍ୟୁଜେ) ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।
ଘଟଣାକୁ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ଶାଖା ପକ୍ଷରୁ ପୁଲିସ ମହାନିଦେ୍ର୍ଦଶକଙ୍କ ଉଦେଶ୍ୟରେ ରାଜ୍ୟ ସଭାପତିଙ୍କ ଆହ୍ୱାନ କ୍ରମେ ଜିଲ୍ଲା ଟିମ୍ ପକ୍ଷରୁ ବାରିପଦାରେ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି । ବରଗଡ଼ ଜିଲ୍ଲା ପାଇକମାଳରେ କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ବେହେରାଙ୍କୁ ପାଇକମାଳ ଥାନାଧିକାରୀଙ୍କ ଉପସ୍ଥିତିରେ ରାଜନୈତିକ ଦଳର ଜଣେ କର୍ମୀ ମରଣାନ୍ତକ ଆକ୍ରମଣ କରିଛନ୍ତିି । ଏହି ଘଟଣାକୁ ଏସୟୁଜେର ଜିଲ୍ଲା କମିଟି ପକ୍ଷରୁ ତୀବ୍ର ନିନ୍ଦା କରିବା ସହ ସମ୍ପୃକ୍ତ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଘଟଣାକୁ ଦେଖି ସୁଦ୍ଧା ଆକ୍ରମଣକାରୀକୁ ଗିରଫ କରିବା ପରିବର୍ତ୍ତେ ନୀରବ ସମର୍ଥନ ଦେଇଥିବାରୁ ପାଇକମାଳ ଥାନାଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ଦାବି କରି ରାଜ୍ୟ ପୁଲିସ ମହାନିଦେ୍ର୍ଦଶକଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏସୟୁଜେର ରାଜ୍ୟ ଉପ ସଭାପତି ରାଧେଶ୍ୟାମ ପ୍ରଧାନ, ଜିଲ୍ଲା ଶାଖା ସଭାପତି ସଞ୍ଜୟ କୁମାର ଚୌଧୁରୀ, ଉପ ସଭାପତି ସୁକାନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ଦୋଳଗୋବିନ୍ଦ ବାରିକ, ମନୋଜ ପଣ୍ଡା, ନୀଳାଦ୍ରି ବିହାରୀ ଦଣ୍ଡପାଟ, ରୂପମ ସ୍ୱାଇଁଁ, ଭକ୍ତି ପଣ୍ଡା, ବିଶ୍ୱଜିତ ଭୂୟାଁ, ହରେକୃଷ୍ଣ ବାରିକ, ଲଳିତ ବାରିକ, ଅଭିଷେକ ଖୁଣ୍ଟିଆ, ପ୍ରତିମା ବାରିକ, ପ୍ରବୀର କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *