ଗ୍ରାମବାସୀଙ୍କ ଦିନିକିଆ ଚୁଲାବନ୍ଦ ସତ୍ୟାଗ୍ରହ

ଚାଷ ଓ ଚାଷୀର ସୁରକ୍ଷା ଏବଂ ବନ୍ୟଜନ୍ତୁ ସରଣକ୍ଷ ଦାବି
ରଘୁନାଥପୁର (ଆପ୍ର): ଚାଷ ଓ ଚାଷୀର ସୁରକ୍ଷା ଏବଂ ବନ୍ୟଜନ୍ତୁ ସରଣକ୍ଷ ଦାବିରେ ଧଳତଙ୍ଗଗଡ଼ ଜଙ୍ଗଲ ଚତୁପାଶ୍ୱର୍କୁ ଲାଗି ରହିଥିବା ରଘୁନାଥପୁର ବ୍ଲକ୍ ତଂଅରା ପଞ୍ଚାୟତ ରାମଚନ୍ଦ୍ରପୁର ଓ ଏରଡଙ୍ଗା ପଞ୍ଚାୟତ ଗୋପାଳପୁର ଗ୍ରାମବାସୀ ଦିନିକିଆ ଚୁଲାବନ୍ଦ ସତ୍ୟାଗ୍ରହ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଆସନ୍ତା ଡିସେମ୍ବର ୭ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗଣ ସତ୍ୟାଗ୍ରହ କରିବେ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କର୍ମକର୍ତ୍ତା ରଶ୍ମିରଞ୍ଜନ ସ୍ୱାଇଁ ଓ ଦେବୀପ୍ରସାଦ ମହାରଣା ପ୍ରକାଶ କରିଛନ୍ତି ।
ଧଳତଙ୍ଗଗଡ ଜଙ୍ଗଲକୁ ଲାଗି ରହିଥିବା ଗ୍ରାମର ଚାଷଜମି ଗୁଡିକରେ ହୋଇଥିବା ରବି ଓ ଖରିଫ ଫସଲକୁ ହରିଣ ପଲ ଉଜାଡ଼ି ଦେଉଛନ୍ତି । ଜଙ୍ଗଲୀ ମାଙ୍କଡ଼ମାନେ ବାରିବଗିଚାରେ ପଶି ପନିପରିବା ଖାଇ ନଷ୍ଟ କରିଦେଉଛନ୍ତି । ସେହିପରି ଷଣ୍ଢଙ୍କ ଉପଦ୍ରବରେ ଫସଲ ନଷ୍ଟ ହୋଇଯାଉଛି । ବନ୍ୟଜନ୍ତୁଙ୍କ ଭୟରେ ଲୋକେ ବିଲବାଡିକୁ ପଡିଆ ପକେଇବାକୁ ବାଧ୍ୟ ହେଉଛନ୍ତି । ଫଳରେ ସ୍ଥାନୀୟ ଚାଷୀଙ୍କ ଆର୍ଥିକ କ୍ଷତି ଘଟୁଥିବା ବେଳେ ନିଜ ପରିବାର ପ୍ରତିପୋଷଣ ପାଇଁ ସମ୍ବଳର ଅଭାବ ରହୁଛି ବୋଲି ଅଟଳ ବିହାରୀ ଜେନା ଓ ବସନ୍ତ କୁମାର ସ୍ୱାଇଁ ଅଭିଯୋଗ କରିଛନ୍ତି । ଜଙ୍ଗଲରେ ଥିବା ହରିଣ ପଲ ଖାଦ୍ୟ ଅନ୍ୱେଷଣରେ ବାହାରକୁ ଆସି ନିକଟରେ ଥିବା ଟ୍ରେନ ଲାଇନ୍ ପାର ହୋଇ ଯିବା ସମୟରେ ଟ୍ରେନ ଦୁର୍ଘଟଣାରେ ମୃତୁ୍ୟ ବରଣ କରୁଛନ୍ତି । କେତେକ ହରିଣ ନିଜ ବାସସ୍ଥାନକୁ ଫେରି ନ ପାରି କୁକୁରଙ୍କ ହାବୁଡ଼ରେ ପଡି ଜୀବନ ହାରୁଛନ୍ତି । ଚାଷୀଙ୍କ ଫସଲ ସୁରକ୍ଷା ଓ ହରିଣଙ୍କ ସୁରକ୍ଷା ପାଇଁ ଜଙ୍ଗଲ ଚତୁପାଶ୍ୱର୍ରେ ପ୍ରାଚୀର ନିର୍ମାଣ ସହ ହରିଣଙ୍କ ପାଇଁ ଖାଦ୍ୟ ଓ ଜଳର ବ୍ୟବସ୍ଥା, ମାଙ୍କଡ଼ଙ୍କ ବନ୍ଧ୍ୟାକରଣ କରାଯାଇ ଘଞ୍ଚ ଜଙ୍ଗଲରେ ଛଡ଼ାଯିବା ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ସ୍ଥାୟୀ ସୁରକ୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । କିନ୍ତି ଆଜି ପର୍ଯ୍ୟନ୍ତ ଏହାର କୌଣସି ଫଳ ମିଳିନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *