ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ୫ଦଫା ଦାବି
ସାଲେପୁର (ଆପ୍ର) ଓଡ଼ିଶାର ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ୫ଦଫା ଦାବି ପତ୍ର ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିସôା ଅଧିକାରୀଙ୍କ ଜରିଆରେ ଜିଲ୍ଳା ମୁଖ୍ୟ ଚିକିସôା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।
ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ତୃଣମୂଳ ସ୍ତରରେ ୨୦ହଜାର ବହୁମୁଖୀ ମହିଳା ପୁରୁଷ ସ୍ୱାସ୍ଥ୍ୟକର୍ମୀ ସ୍ୱାସ୍ଥ୍ୟ ପରିଦର୍ଶକ ପରିଦର୍ଶିକା କାର୍ଯ୍ୟ କରୁଛନ୍ତି । ସରକାରୀ କର୍ମଚାରୀମାନେ ସେମାନଙ୍କ ଚାକିରୀକାଳ ମଧ୍ୟରେ ୪ ରୁ ୮ଟି ପଦୋନ୍ନତି ପାଉଥିବା ବେଳେ ଏମାନେ ଗୋଟିଏ ପଦୋନ୍ନୋତି କିମ୍ବା ମୋଟେ ପଦୋନ୍ନୋତି ନ ପାଇ ଅବସର ନେଉଛନ୍ତି । ୨୦୨୧ ମସିହା କୋଭିଡ଼ ମହାମାରୀ ସମୟରେ ଜାନୁଆରୀ ୨୬ରେ ଜନ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଓ ପରିବାର କଲ୍ୟାଣ ନିଦେ୍ର୍ଦଶକ ମହାସଂଘ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଦାବି ପୂରଣ ପାଇଁ ପ୍ରତିଶ୍ରୃତି ଦେଇଥିଲେ । ମାତ୍ର ଅଦ୍ୟାବଧି ପ୍ରତିଶ୍ରୃତି କାର୍ଯ୍ୟକାରୀ ହୋଇନାହିଁ । ସେହିପରି ସ୍ୱାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କ କ୍ୟାଡ଼ର ପୁର୍ନଗଠନ ହୋଇଥିଲେ ମଧ୍ୟ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି । ମହାସଂଘ ପକ୍ଷରୁ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡ଼ର ପୁର୍ନଗଠନ, ଚାକିରୀ କାଳ ମଧ୍ୟରେ ଚାରୋଟି ପଦୋନ୍ନେତି ବ୍ୟବସ୍ଥା, ପ୍ରକାଶିତ ହୋଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାଇ ଗ୍ରେଡ଼ପେଏକୁ ଆରଏସିପି ଭାବେ ପ୍ରଦାନ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରି ଇନକ୍ରିମେଣ୍ଟ ପ୍ରଦାନ ଓ ଦରମା ବୃଦ୍ଧି କରାଯିବା ପାଇଁ ଦାବି କରାଯାଇଛି । ନଚେତ ଆସନ୍ତା ୧୪ ତାରିଖରୁ ଅସହଯୋଗ ଆନେ୍ଦାଳନ ଓ ୨୧ ତାରିଖ ଠାରୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବେ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।