ଅଧ୍ୟବସାୟ ବଳରେ ଉନ୍ନତି କରୁଛନ୍ତି ଦିବ୍ୟାଙ୍ଗ

ଜିଲ୍ଲାସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ
ଛତ୍ରପୁର, ବ୍ରହ୍ମପୁର(ଆପ୍ର)/(ବୁ୍ୟରୋ): ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ଛତ୍ରପୁର ଷ୍ଟାଡ଼ିୟମ ଠାରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଏହାକୁ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ଜିଲ୍ଲା ଶିକ୍ଷାଅଧିକାରୀ ବିନୀତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟାଡ଼ିୟମ ପରିସରରେ ଭିନ୍ନକ୍ଷମଙ୍କ ନିମନ୍ତେ ପ୍ରଦର୍ଶିତ ହୋଇଥିବା ଭୌତିକ ଉପଚାର, ବ୍ରେଲ୍ ଲିଖନ ଓ ପଠନ, ଶିକ୍ଷଣ ସାମଗ୍ରୀ, ବାକ ଓ ଭାଷା ପ୍ରଶିକ୍ଷଣ କେନ୍ଦ୍ର, ସହାୟକ ଉପକରଣ ବଣ୍ଟନ ଷ୍ଟଲ୍ ଗୁଡ଼ିକୁ ଅତିଥିଗଣ ପରିଦର୍ଶନ କରିଥିଲେ । ପରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିବା ବେଳେ ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମାନଙ୍କୁ ଉତ୍ସାହିତ କରିବା ସହ ଦିବ୍ୟାଙ୍ଗ ଶିଶୁଙ୍କଠାରେ ଦିବ୍ୟସତା ରହିଛି, ସେମାନେ ବିଭିନ୍ନ କ୍ଷେତ୍ରରେ ଅନ୍ୟ ସାଧାରଣ ଶିଶୁମାନଙ୍କଠାରୁ ଭିନ୍ନ ହୋଇ ମଧ୍ୟ ନିଜର ଅଧ୍ୟବସାୟ ବଳରେ ଅଶେଷ ଉନ୍ନତି ସାଧନ କରୁଥିବା ଜ୍ୱଳନ୍ତ ପ୍ରମାଣ ରହିଛି ବୋଲି କହିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ ସମ୍ମାନିତଅତିଥି ଭାବେ ଯୋଗଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କୁ ଅତିଥିମାନେ ପୁରସ୍କୃତ କରାଯାଇଥିବା ବେଳେ ବିଭିନ୍ନ ବ୍ଲକରୁ ଯୋଗଦେଇଥିବା ଚଳନ ବାଧିତ, ମସ୍ତିଷ୍କ ପକ୍ଷାଘାତ, ବୌଦ୍ଧିକ ବାଧକ, ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କୁ ତିନି ଚକିଆ ସାଇକେଲ, ହ୍ୱିଲ୍ ଚେୟାର, ଆଶାବାଡ଼ି, ରୋଲେଟର, ବୌଦ୍ଧିକ ବାଧକ ଶିକ୍ଷଣ ସାମଗ୍ରୀ, ବ୍ରେଲ ଶିକ୍ଷଣ ସାମଗ୍ରୀ ପ୍ରଦାନ କରାଯାଇଥିଲା ।
ସେହିପରି ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନିଦେ୍ର୍ଦଶକ୍ରମେ ପ୍ରାଧିକରଣ ପକ୍ଷରୁ ଆମ୍ବପୁଆ ସ୍ଥିତ ବ୍ଲାଇଣ୍ଡ ରେଡ୍କ୍ରସ୍ ସ୍କୁଲ୍ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି । ମନିଟରିଙ୍ଗ ଆଣ୍ଡ୍ ମେଣ୍ଟୋରିଂ କମିଟିର ସଦସ୍ୟ ଟି.କେ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଶିକ୍ଷକ ବାଉରୀବନ୍ଧୁ ନାୟକ ଅତିଥି ପରିଚୟ ଦେଇଥିଲେ । ଟି.କେ ରେଡ୍ଡି ଏହି ଦିବସର ମହତ୍ୱ ବର୍ଣ୍ଣନା କରିବା ସହ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅନ୍ତର୍ନିହିତ ପ୍ରତିଭା ଉପରେ ବର୍ଣ୍ଣନା କରିଥିଲେ । ପେନାଲ୍ ଲୋୟର ସୁବାଷ ଚନ୍ଦ୍ର ପାଳ, ଗୋରାଚାନ୍ଦ ଭଟ୍ଟ ମିଶ୍ର, ଡିଏଲ୍ଏସ୍ଏର ସଦସ୍ୟ ଡ.ମିନାକ୍ଷୀ ଦେବୀ, ଡିଏଲ୍ଏସ୍ଏର ସଦସ୍ୟ ସବିତା ସାହୁକାର ପ୍ରମୁଖ ଭିନ୍ନକ୍ଷମ ବ୍ୟକ୍ତିମାନେ କିଭଳି ଅନ୍ୟ ବ୍ୟକ୍ତିଙ୍କ ଠାରୁ ଗୁଣବାନ ଏବଂ ଭିନ୍ନ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ୨୨୫ରୁ ଊଦ୍ଧ୍ୱର୍ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପେନାଲ୍ ଲୋୟର, ଆଇନ୍ଜୀବୀ, ଡିଏଲ୍ଏସ୍ଏର ସଦସ୍ୟ ଏବଂ ସେହି ଅନୁଷ୍ଠାନର କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *