ପ୍ରତିଶ୍ରୁତି ପରେ ଗଣଧାରଣା ପ୍ରତ୍ୟାହୃତ

ତିହଡ଼ି(ଆପ୍ର): ଖାଉଟି ସାମଗ୍ରୀକୁ ନେଇ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପରିସରରେ ଦୁଇ ଦିନ ହେଲା ଚାଲିଥିବା ସାହାପୁରବାସୀଙ୍କ ଗଣଧାରଣା ଶନିବାର ଅପରାହ୍ରରେ ପ୍ରତ୍ୟାହୃତ ହୋଇଛି । ଗତ ଦୁଇ ମାସ ହେଲା ଏହି ପଞ୍ଚାୟତବାସୀ ୧୦ରୁ ୧୨ କିଲୋମିଟର ଦୂର ପୀରହାଟ ହରସିଂପୁରକୁ ଖାଉଟି ସାମଗ୍ରୀ ନେବାକୁ ଯାଉଥିଲେ । ଯାହାର ସାମୟିକ ସମାଧାନ ହୋଇଛି । ଚଳିତ ମାସ ସରପଞ୍ଚଙ୍କ ଦାୟିତ୍ୱରେ ଖାଉଟି ସାମଗ୍ରୀ ବଣ୍ଟନ କରାଯିବ । ପଞ୍ଚାୟତ କାର୍ଯ୍ୟାଳୟରେ ଆଇସ୍କାନ୍ କରାଯିବା ପରେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଦିଆଯିବ ।
ଜାନୁଆରୀଠାରୁ ସ୍ଥାୟୀଭାବେ ବଣ୍ଟନ କରିବା ଲାଗି ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରୁଥିବା ପ୍ରତିଶ୍ରୁତି ମିଳିବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ତହସିଲଦାର ପ୍ରତୀକ କୁମାର ସାହୁ, ବିଡିଓ ଜ୍ୟୋତିର୍ମୟ କର, ଆଇଆଇସି ତପନ କୁମାର ପ୍ରଧାନ ପ୍ରମୁଖ ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଗଣଧାରଣାରେ ସୁବୋଧ କୁମାର ବଳ, ପ୍ରଦୀପ ନାୟକ, ପ୍ରଦୀପ ବେହେରା, ଧନେଶ୍ୱର ବେହେରା, ସୁଶାନ୍ତ ଡାଙ୍ଗୁଆ ପ୍ରମୁଖ ହିତାଧିକାରୀ ସାମିଲ ହୋଇଥିଲେ । ଆନେ୍ଦାଳନକୁ ସମର୍ଥନ କରିଥିଲେ ତିହିଡି ବ୍ଲକସ୍ତରୀୟ ବିଜେପି ନେତୃବୃନ୍ଦ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *