କୋର୍ଟରେ ଦୁଷ୍କର୍ମ ପୀଡିÿତାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର, ୨ା୧୨(ବୁ୍ୟରୋ): ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟ ପରିସରରେ ପୁଣି ଶୁକ୍ରବାର ଏକ ଅଘଟଣ ଘଟିଛି । ବଳାକ୍ରାର ଶିକାର ହୋଇଥିବା ଜଣେ ମହିଳା ଦେହରେ ପେଟ୍ରୋଲ ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ କୋର୍ଟରେ ମୁତୟନ ପୁଲିସ୍ କର୍ମଚାରୀଙ୍କ ତତ୍ପରତାରୁ ବଞ୍ଚିଯାଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ବୈଦ୍ୟନାଥପୁର ଥାନା ଜିମା ଦିଆଯାଇଛି । ଏ ନେଇ ବୈଦ୍ୟନାଥପୁର ଥାନା ପକ୍ଷରୁ ୪୨୨/୨୨ରେ ମାମଲା ରୁଜୁ କରାଯାଇଛି । ସବିଶେଷ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଅନୁସନ୍ଧାନ ଚଳାଇଥିବା
ଏସ୍ପି ଡା. ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି । ପୂର୍ବାହ୍ନ ୧୧.୪୫ରେ ଉକ୍ତ ୩୦ବର୍ଷୀୟ ମହିଳା ଏସ୍ଡିଜେଏମ୍ କୋର୍ଟରେ ପହଞ୍ଚô ସାଙ୍ଗରେ ଆଣିଥିବା ପେଟ୍ରୋଲ ନିଜ ଦେହରେ ଢ଼ାଳିଥିଲେ । ସେଠାରେ ମୁତୟନ କନେଷ୍ଟବଳ ରଶ୍ମିରଞ୍ଜନ ଦାସ ଏହା ଦେଖି ତାଙ୍କୁ ଚତୁରତାର ସହ କାବୁ କରିବା ସହିତ ପେଟ୍ରୋଲ୍ ଛଡ଼ାଇ ନେଇଥିଲେ । ପ୍ରାରମ୍ଭିକ ଭାବେ କୋର୍ଟ ପରିସରରେ ପଚରା ଉଚୁରା କରାଯାଇ ତାଙ୍କୁ ବୈଦ୍ୟନାଥପୁର ଥାନାକୁ ନିଆଯାଇଥିଲା । ଘଟଣାରୁ ଜଣାପଡିଛି ଯେ, ୨୦୨୦ ନଭେମ୍ବର ୩୧ତାରିଖରେ ତାଙ୍କୁ ବଳାକ୍ରାର କରାଯାଇଥିବା ନେଇ ଏହି ମହିଳା ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ହାଇଦ୍ରାବାଦରେ କାମ କରୁଥିଲେ ଓ ଘର ନିକଟରେ ରହୁଥିବା ବାପୁନୀ ସାହୁ ନାମକ ଜଣେ ଯୁବକଙ୍କ ଆକାଉଣ୍ଟକୁ ସ୍ୱାମୀ ଟଙ୍କା ପଠାଉଥିଲେ । ବାପୁନୀ ଟଙ୍କା ଆଣି ମହିଳାଙ୍କୁ ଦେଉଥିଲା । ଏହା ସୁଯୋଗରେ ବାପୁନୀ ତାଙ୍କ ନିକଟତର ହେବା ସହ ବଳାକ୍ରାର କରିଥିଲା । ମହିଳାଙ୍କ ଅଭିଯୋଗ ଭିତ୍ତିରେ ସଦର ଥାନା ପୁଲିସ୍ ୩୨୬/୨୦ରେ ବାପୁନୀକୁ ଗିରଫକରି କୋର୍ଟଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ବାପୁନୀ ଜାମିନରେ ମୁକୁଳିବାପରେ ପୁନର୍ବାର ବଳାକ୍ରାର କରିଥିବା ନେଇ ମହିଳା ନଭେମ୍ବର ୧୪ତାରିଖରେ ଆଉ ଏକ ଅଭିଯୋଗ ଗୋଷାଣୀନୂଆଗାଁ ଥାନାରେ ଦେଇଥିଲେ । ପୁଲିସ୍ ୨୦୪/୨୨ରେ ମାମଲା ରୁୁଜୁକରି ବାପୁନୀକୁ ଗିରଫକରି କୋର୍ଟଚାଲାଣ କରିଥିଲା । ତାଙ୍କ ଅଭିଯୋଗ ଅନୁଯାୟୀ ପୁଲିସ୍ ପଦକ୍ଷେପ ଗ୍ରହଣ କରିଛି । ସେ କିପରି ଏସ୍ଡିଜେଏମ୍ଙ୍କ ଅଦାଲତକୁ ଆସିଲେ, କାହିଁକି ଆତ୍ମାହୁତି ଉଦ୍ୟମ କଲେ ଓ କ’ଣ ଅଭିଯୋଗ ରହିଛି ତାହାର ତଦନ୍ତ କରାଯାଉଛି ବୋଲି ଏସ୍ପି କହିଛନ୍ତି । ସୂଚନାଯୋଗ୍ୟ, ଗତ ୨୮ତାରିଖରେ ବଡ଼ବଜାର ଅଞ୍ଚଳର ଭଗବାନ ସାହୁ ଅଦାଲତରେ ପଶି ଏସ୍ଡିଜେଏମ୍ଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ କରିଥିଲା । କିନ୍ତୁ ଆଇନ୍ଜୀବୀ ଓ କୋର୍ଟ କର୍ମଚାରୀମାନେ ଭଗବାନକୁ କାବୁ କରିଥିଲେ । ଏହି ଘଟଣା ପରେ କୋର୍ଟ ପରିସରରେ ଅଧିକ ପୁଲିସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଆଗାମୀଦିନରେ ମଧ୍ୟ ଆଇନ୍ଜୀବୀ, ଅଦାଲତ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *