ଜି-୨ଠରେ ଭାରତର ଅଧ୍ୟକ୍ଷତା
ଶ୍ରୀମନ୍ଦିର ଆଗରେ ଏବିଭିପିର ଦୀପଦାନ
ପୁରୀ (ବୁ୍ୟରୋ): ଜି-୨୦ ରେ ଭାରତର ଅଧ୍ୟକ୍ଷତାକୁ ପୁରୀ ଏବିଭିପି ପକ୍ଷରୁ ସ୍ୱାଗତ କରାଯାଇଛି । କରୋନା ସମୟରେ ବିଶ୍ୱର ମହାଶକ୍ତି ତାଲିକାରେ ଥିବା ଅନେକ ଦେଶର ଅର୍ଥନୀତି ଭୁଶୁଡ଼ି ପଡିଥିବା ବେଳେସମଗ୍ର ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରୁଥିବା ଜି-୨୦ରେ ଭାରତ ଅଧ୍ୟକ୍ଷତା କରିବା ଆମ ପ୍ରଗତିଶୀଳ ଅର୍ଥନୈତିକ ବ୍ୟବସ୍ଥାର ପରିଚୟ ବୋଲି ମତପ୍ରକାଶ ପାଇଥିଲା । ସ୍ୱାଧୀନତାର ଅମୃତ ମହୋତ୍ସବ ପରେ ଇୟୁରୋପୀୟ ଦେଶ ସମୁହ ଓ ବିଶ୍ୱର ୧୯ଟି ଦେଶକୁ ନେଇ ଗଠିତ ସାମୁକ୍ଷର ନେତୃତ୍ୱ ନେବା ଭାରତ ପାଇଁ ପୁଣି ଏକ ଅମୃତ ସମୟ । ଏହି ପରିପେକ୍ଷୀରେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କାର୍ଯ୍ୟକ୍ରମରେ ଏବିଭିପିର ବିଭାଗ ସଂଯୋଜକ ତାରା ପ୍ରସାଦ ଦାସ, ନଗର ସମ୍ପାଦକ ସୁଭାଶିଶ ଷଡଙ୍ଗୀ, ଲିଟୁନ ଦାସ, ବାସୁଦେବ ସେନାପତି, ଶିବ ପ୍ରସାଦ ମହାନ୍ତି, ପ୍ରତିମା ବେହେରା, ଅନୁରାଗ ପାତ୍ର, ସୁଭେନ୍ଦୁ ଶେଖର ବେହେରା, ମାଧବ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।