ଭର୍ଚୁଆଲ୍ରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ ମହୋତ୍ସବ
କୋଣାର୍କ (ଆପ୍ର): ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଉଦ୍ଘାଟିତ ହୋଇଛି କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ । ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ପରେ ମଞ୍ଚରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନ ପାତ୍ର, ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତସିଂହପୁର ଏମ୍ପି ଡକ୍ଟର ରାଜଶ୍ରୀ ମଲ୍ଲିକ, ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ପର୍ଯ୍ୟଟନ ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଲେଲିନ ମହାନ୍ତି ପ୍ରମୁଖ ।
ପୁରାଣ ଓ ଶାସ୍ତ୍ରୀୟତାର ଭାବାବେଗରେ ଝଙ୍କୁରିତ ହୋଇଥିଲା ମୁକ୍ତାକାଶ ରଙ୍ଗମଞ୍ଚ । ପ୍ରଥମ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ରେ ମୁକ୍ତାକାଶ ରଙ୍ଗମଞ୍ଚର ଖୋଲାମଞ୍ଚରେ ମାଲେସିଆର ସୂତ୍ର ଫଉଣ୍ଡେସନର ନୃତ୍ୟ ଶିଳ୍ପୀଙ୍କ ପକ୍ଷରୁ ପରିବେଷଣ କରାଯାଇଥିଲା ଓଡ଼ିଶୀ ନୃତ୍ୟ ଜୟରାମ ପୌରାଣିକ ରାମାୟଣର କଥାବସ୍ତୁ । ଅତି ସୁନ୍ଦର ଭାବେ ମାଲେସିଆ ନୃତ୍ୟ ଶିଳ୍ପୀମାନେ ନିଖୁଣ ଭାବେ ପରିବେଷଣ କରି ଉପସ୍ଥିତ ଦେଶ ବିଦେଶ ପର୍ଯ୍ୟଟକଙ୍କ ମନ ମୋହି ନେଇଥିଲେ । ଦ୍ୱିତୀୟ ଚରଣରେ ନୂଆଦିଲ୍ଲୀର କୁନ୍ଦନଲଲ ଗଙ୍ଗାନି ଫାଉଣ୍ଡେସନ୍ର କଥକରେ ବିଖ୍ୟାତ ଗୁରୁ ରାଜେନ୍ଦ୍ର ଗଙ୍ଗାନି ଓ ସାଥୀ ଶାସ୍ତ୍ରୀୟ ଭିତିରେ ଛନ୍ଦ, ଲୟ, ଗତିକୁ ନେଇ ପରିବେଷଣ କରିଥିଲେ ଚମକ୍ରାର ନୃତ୍ୟ । ନୃତ୍ୟ ଶିଳ୍ପୀମାନଙ୍କର ନିଖୁଣ ନୃତ୍ୟ ପରିବେଷଣ ସମସ୍ତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଏହି ନୁତ୍ୟ ଉତ୍ସବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡକ୍ଟର ମୃତୁ୍ୟଞ୍ଜୟ ରଥ ଓ ଡ. ନାଜିୟା ଆଲମ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *