ଟ୍ରାଫିକ୍ ସମସ୍ୟା ନେଇ ପ୍ରଶ୍ନ
ମାନପୁର ଓଭରବ୍ରିଜ୍ ଉପରେ ଓଭର୍ ଲୋଡ୍
ଦାନଗଦୀ (ଅପ୍ରା): କଳିଙ୍ଗନଗର ଶିଳ୍ପନଗରୀର ବ୍ୟାସନଗରରୁ ଡୁବୁରୀ ମୁଖ୍ୟ ରାସ୍ତାରେ ଥିବା ମାନପୁର ଓଭର ବ୍ରିଜ ଉପରେ ପଡୁଛି ଓଭର ଲୋଡ୍ । ଯେ କୌଣସି ମୁହୂର୍ତ୍ତରେ ଯେ ଧନ ଜୀବନ ହାନି ହେବ କହି ହେବ ନାହିଁ । ଗତ ୨୧ ତାରିଖ ଠାରୁ ବ୍ରହ୍ମଣୀ ବ୍ରିଜ କାମ ଆରମ୍ଭ ପାଇଁ ଚଣ୍ଡିଖୋଲ ଓ ଡୁବୁରୀ ରାସ୍ତା ଗାଡ଼ି ଚଳାଚଳ ବନ୍ଦ ଅଛି । ଯାହାଫଳରେ ଏହି ଓଭର ବ୍ରିଜରେ ସନ୍ଧ୍ୟା ରୁ ସକାଳ ପର୍ଯ୍ୟନ୍ତ ଗାଡି ଭିଡ଼ ରହୁଛି । ବ୍ରିଜ ପାର ହେବାକୁ ଦୁଇତିନି ଘଣ୍ଟା ଲାଗୁଛି । ଏପରିକି ଜରୁରୀ ଆମ୍ବୁଲାନ୍ସ ମଧ୍ୟ ଫସି ରହୁଛି ।
ଏହା ପୂର୍ବରୁ ଏହି ସମସ୍ୟା ହେବ ଜାଣି ସୁକିନ୍ଦା କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କୁ ଏହାର ସୁବିଧା ପାଇଁ କିଛି ବିକଳ୍ପ ବ୍ୟବସ୍ତା କରିବାକୁ ଲିଖିତ ଅଭିଯୋଗ ଦିଆଯିବା ସହ ସାମ୍ବାଦିକ ସମ୍ବିଳନୀ କରି ନିବେଦନ କରାଯାଇଥିଲା । ବିଧାୟକ ମାନପୁର ପୁରୁଣା ରାସ୍ତା ତୁରନ୍ତ କରିବାକୁ ପୂର୍ତ୍ତ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଏହା କାର୍ଯ୍ୟକାରୀ ହେଲା ନାହିଁ । ଗତ ରାତି ତମାମ ଗାଡି ଭିଡ଼ ରହିଥିବା ଦେଖାଯାଉଛି । ଯଦି ପ୍ରଶାସନ କିଛି ସ୍ୱତନ୍ତ୍ର ବ୍ୟବସ୍ତା କରି ଡୁବୁରୀ ଛକରୁ ଆସୁଥିବା ଗାଡି ଗୁଡିକୁ ସିଫ୍ଟ କାମ ସମୟରେ ବିଆରପିଏଲ ଛକ ଦେଇ ପଙ୍କପାଳ ରାସ୍ତା, ମିଲିଟାରୀ ରାସ୍ତା ଦେଇ ଛଡା ଯାଆନ୍ତା ତାହାଲେ ଟ୍ରାଫିକ ଜାମ୍ ହୁଅନ୍ତା ନାହିଁ । ଦୁର୍ଘଟଣା ଭୟରେ ଲୋକମାନେ ସେ ବ୍ରିଜ ଦେଇ ଯିବାକୁ ଡରିଲେଣି । ବ୍ରିଜ ମଝିରେ ଲୁହା ରଡ଼ ଦେଖାଯାଉଛି, ଏ ଗୁରୁତର ଟ୍ରାଫିକ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।