ସ୍ୟାଣ୍ଡ୍ ଆର୍ଟ ଫେଷ୍ଟିଭାଲ୍ ଉଦ୍ଘାଟିତ

ରୁଷ୍, କାନାଡ଼ା, ଜାପାନ, ସିଙ୍ଗାପୁର, ସ୍ପେନ୍ ସମେତ ୯ ରାଜ୍ୟରୁ ଭାଗ ନେଲେ ବାଲୁକା ଶିଳ୍ପୀ
କୋଣାର୍କ (ଆପ୍ର): କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗରେ ପ୍ରତିବର୍ଷ ପରି ଚଳିତବର୍ଷ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ସ୍ୟାଣ୍ଡ୍ ଆର୍ଟ ଫେଷ୍ଟିଭାଲ୍ ଗୁରୁବାର ବେଳାମାର୍ଗ ନିକଟରେ ଅନୁଷ୍ଠିତ ହୋଇଛି । ଫେଷ୍ଟିଭାଲ୍କୁ ଅପରାହ୍ଣରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନ ପାତ୍ର, ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତସିଂହପୁର ଏମ୍ପି ଡକ୍ଟର ରାଜଶ୍ରୀ ମଲ୍ଲିକ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପର୍ଯ୍ୟଟନ ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ନିଗମ ଅଧକ୍ଷ ଲେଲିନ ମହାନ୍ତି, ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଛି । ପରେ ଶିଳ୍ପୀଙ୍କ କାରୁକାର୍ଯ୍ୟ ବୁଲି ଦେଖିଥିଲେ । ପ୍ରଥମ ଦିନରେ ଶିଳ୍ପୀମାନେ ପର୍ଯ୍ୟଟନ ଓ ସଂସ୍କୃତି ଉପରେ ଆଧାରିତ ଅନେକ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀକୁ ଆଙ୍କିଥିଲେ । ଚଳିତ ବର୍ଷ ୩୪ ଷ୍ଟଲ୍ରେ ବାଲୁକା କଳା କରାଯାଇଛି । ଭାରତ ସମେତ ୫ଟି ଦେଶର ୧୮ରୁ ୫୦ ବର୍ଷ ବୟସର ବାଲୁକା ଶିଳ୍ପୀମାନେ ମହୋତ୍ସବରେ ଅଂଶଗ୍ରହଣ କରି ସେମାନଙ୍କର କଳାକୃତି ପଦର୍ଶନ କରୁଛନ୍ତି । ଏଥିରେ ଜି-୨୦ ଲୋଗୋ ଏବଂ ଥିମ୍ ପ୍ରଦର୍ଶିତ ହୋଇଥିଲା । ଏହାକୁ ପର୍ଯ୍ୟଟକମାନେ ଏହି ଦୃଶ୍ୟକୁ ଦେଖି ଉପଭୋଗ କରିଥିଲେ । ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ମୁହୂର୍ତ୍ତକୁ ଦେଶ ପାଇଁ ଗର୍ବ ବୋଲି ବର୍ଣ୍ଣନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *