ପ୍ରଚାରବେଳେ ସାମ୍ବାଦିକଙ୍କୁ ଆକ୍ରମଣ: ପ୍ରେସ୍ କ୍ଲବ୍ର ନିନ୍ଦା
ପଦ୍ମପୁର ଉପନିର୍ବାଚନ
ବ୍ରହ୍ମପୁର (ବୁ୍ୟରୋ): ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ନନ୍ଦିଘୋଷ ଟିଭିର ସାମ୍ବାଦିକ ଦେବହରି ବେହେରାଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବ୍ରହ୍ମପୁର ପ୍ରେସ୍ କ୍ଲବ୍ । ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ଛକଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ବିଭିନ୍ନ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ହେଉଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେଇ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରିବା ପାଇଁ ସାମ୍ବାଦିକମାନେ ଦାବି କରିଛନ୍ତି । ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର, ମନୋଜକାନ୍ତ ଦାସ, ଗୋପାଳ ପଟ୍ଟନାୟକ, ନାରାୟଣ ମହାଙ୍କୁଡ, ସୁଦୀପ ସାହୁ, ପିତାମ୍ବର ନାହକ, ଚିରଞ୍ଜିତ ରାଜଗୁରୁ, ପ୍ରହଲ୍ଲାଦ ସାହୁ, ଶିବରାମ ଚୌଧୁରୀ, ଆଶୀର୍ବାଦ ରାଉତ, ଶିବରାମ ଦଳେଇ, ଗୋପାଳକୃଷ୍ଣ ରେଡ୍ଡି, ବାବୁଲା ପାଣିଗ୍ରାହୀ, ମାନସ ବିଷୋୟୀ, ଲିଙ୍ଗରାଜ ଦାସ, ଅଭୟ ପାଢ଼ୀ, ପିଣ୍ଟୁ ବେହେରା, ଲିକୁ ଡାକୁଆ, ପ୍ରଶାନ୍ତ ଦାସ, ଅନନ୍ତ ଆପଟ, ଅମର ଦାସ, ଅଭିଜିତ୍ କର, ବି.କେ ବିଶାରଦ, କିରଣ ମିଶ୍ରଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।