ଶିକ୍ଷକ ଆନେ୍ଦାଳନ ୨ଠ ଯାଏ ସ୍ଥଗିତ

ଭୁବନେଶ୍ୱର, ୩୦ା୧୧ (ବୁ୍ୟରୋ): ୩ ଦିନ ଧରି ରାଜଧାନୀରେ ରଣହୁଙ୍କାର ଦେଇଥିବା ଶିକ୍ଷକମାନେ ବୁଧବାର ଆନେ୍ଦାଳନକୁ ସ୍ଥଗିତ ରଖିଛନ୍ତି । ଡିସେମ୍ବର ୨୦ ତାରିଖ ଯାଏ ପ୍ରାଥମିକ ଶିକ୍ଷକ ସଂଘ ଆନେ୍ଦାଳନକୁ ସ୍ଥଗିତ ରଖିଛି । ୧୬ରୁ ୨୦ ତାରିଖ ଭିତରେ ଦାବି ପୂରଣ ନ ହେଲେ ୨୧ ତାରିଖରୁ ପୁନର୍ବାର ଆନେ୍ଦାଳନକୁ ତୀବ୍ରତର କରାଯିବ । ସମୁହ ଛୁଟିରେ ଯିବୁ ବୋଲି ସଂଘ ଧମକ ଦେଇଛି ।
ଲୋୟର ପିଏମ୍ଜି ଛକରେ ଆନେ୍ଦାଳନରତ ଶିକ୍ଷକଙ୍କ ଦାବି ନେଇ ବୁଧବାର ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ଏଥିରେ ଉନୟନ କମିସନର, ଅର୍ଥ ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବ ରହିବେ । ଏହି କମିଟି ଆସନ୍ତା ଡିସେମ୍ବର ୧୬ରୁ ୨୦ ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା କରିବ ଏବଂ ନିଷ୍ପତ୍ତି ନେବ ।
ସୂଚନାଯୋଗ୍ୟ, ଗତ ରବିବାର ଦିନଠାରୁ ଶିକ୍ଷକମାନେ ୩ଦଫା ଦାବି ପୂରଣ ନେଇ ଜିଦ୍ରେ ଅଟଳ ଅଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାଜଧାନୀ ଛାଡ଼ିବେ ନାହିଁ କି ପିଲାଙ୍କ କ୍ଲାସ ନେବେନି ବୋଲି ଚେତାବନୀ ଦେଇଥିଲେ ।
ରାଜ୍ୟର ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଗୁରୁବାରଠାରୁ ସାମୂହିକ ଛୁଟିରେ ଯିବେ ବୋଲି ଧମକ ଦେଇଥିଲେ । ପିଲାଙ୍କ ପାଠପଢ଼ାରେ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶିକ୍ଷକମାନେ କହିଥିଲେ । ଆନେ୍ଦାଳନର ତୃତୀୟ ଦିନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନେତାଙ୍କ ଆଲୋଚନା ବିଫଳ ହେବା ପରେ ଏଭଳି ଚରମବାଣୀ ଶୁଣାଇଥିଲେ ।
ସୋମବାର ଗଣଶିକ୍ଷା ସଚିବ ଅଶ୍ୱସ୍ତି ଏସ୍ଙ୍କ ସହ ଆଲୋଚନା ବିଫଳ ହୋଇଥିବା ବେଳେ ମଙ୍ଗଳବାର ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ସହ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରି ନ ଥିଲା । ଦାବି ପୂରଣ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କେଣସି ପ୍ରତିଶ୍ରୁତି ବି ଦିଆଯାଇ ନାହିଁ କି? ଆନେ୍ଦାଳନରୁ ଓହରି ପିଲାଙ୍କ ପାଠପଢ଼ାରେ ସାମିଲ ହେବାକୁ ଶିକ୍ଷକଙ୍କୁ କେଣସି ପ୍ରକାର ଅନୁରୋଧ କରାଯାଇନି । ବରଂ ମୁଖ୍ୟ ସଚିବ ଆଲୋଚନାବେଳେ କହିଥିଲେ, କେବଳ ଶିକ୍ଷକଙ୍କର ଏଭଳି ସମସ୍ୟା ହୋଇନାହିଁ । ରାଜ୍ୟ ସରକାରଙ୍କ ସବୁ ବିଭାଗରେ ଏମିତି ସ୍ଥିତି ହୋଇଛି । ସମସ୍ତଙ୍କୁ ଯଦି ପଦୋନ୍ନତି, ଗ୍ରେଡ୍ ପେ’ ଦିଆଯାଏ କିମ୍ବା ୭ମ ବେତନ କମିସନ ଅନୁଯାୟୀ ଦରମା ଦେବାକୁ ପଡ଼େ ତେବେ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ । ତେଣୁ ଏବେ ଅନ୍ୟ ରାଜ୍ୟଗୁଡ଼ିକରେ ଲାଗୁହୋଇଥିବା ଗ୍ରେଡ୍ ପେ’ ଓ ୭ମ ବେତନ କମିସନ ଉପରେ ରାଜ୍ୟ ସରକାର ତର୍ଜମା କରିବେ । ଦାବି ପୂରଣ ଲାଗି ସମୟ ଲାଗିବ ବୋଲି ଶ୍ରୀ ମହାପାତ୍ର କହିଥିବା ଶିକ୍ଷକ ମହାସଂଘ ପକ୍ଷରୁ କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *