୨ରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୧୧ (ବୁ୍ୟରୋ): ଆସନ୍ତା ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିବେ । ଏହି ଗୋଟିଏ ଦିନରେ ସେ ନିର୍ବାଚନମଣ୍ଡଳୀର ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରଠାରେ ନିର୍ବାଚନୀ ସଭା କରିବେ । ଭୁବନେଶ୍ୱରରୁ ହେଲିକପ୍ଟରରୁ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ପହଞ୍ଚିବା ପରେ ନିର୍ବାଚନୀ ସଭାରେ ଯୋଗଦେବେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତସୂଚୀ ନେଇ ତାଙ୍କ ଅଫିସରୁ ଦିଆଯାଇଥିବା ସୂଚନା ଅନୁସାରେ ଡିସେମ୍ବର ୨ ତାରିଖ ସକାଳ ୧୦ଟାରୁ ନବୀନ ନିବାସରୁ ବାହାରିବେ । ୧୦ଟା ୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବେ । ୧୦ଟା ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ୧୧ଟାରେ ପଦମପରୁ ସତୀଭଟ ଏୟାରଷ୍ଟ୍ରିପ୍ରେ ପହଞ୍ଚôବେ । ୧୧ଟା ୦୫ରେ ସତୀଭଟ ଏୟାରଷ୍ଟ୍ରିପ୍ରୁ ହେଲିକପ୍ଟର ଯୋଗେ ଝାରବନ୍ଧ ଶକ୍ତି ଛକ ହେଲିପ୍ୟାଡ୍ରେ ଅବତରଣ କରି ସଭାସ୍ଥଳରେ ପହଞ୍ଚିବେ । ୧୨ଟା ୧୦ରେ ଶକ୍ତି ଛକରୁ ବାହାରି ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ପାଇକମାଳ ହାଇସ୍କୁଲ ଗ୍ରାଉଣ୍ଡରେ ସାଧାରଣ ସଭାରେ ପ୍ରଚାର କରିବେ ।
ଏହାପରେ ଅପରାହ୍ନ ଗୋଟାଏ ୧୫ରେ ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡ୍ରୁ ବାହାରି ଗୋଟାଏ ୩୦ରେ ଆରଏଲ୍‌ କଲ୍ୟାଣ ମଣ୍ଡପ କ୍ୟାମ୍ପସ ହେଲିପ୍ୟାଡ୍ରେ ଅବତରଣ କରି କଲ୍ୟାଣ ମଣ୍ଡପକୁ ଯିବେ । ସେଠାରୁ ୩ଟା ୧୫ରେ ବାଇ ରୋଡ୍‌ ଯାଇ ୩ଟା ୩୦ରେ ପଦମପୁର ହାଇସ୍କୁଲ ଗ୍ରାଉଣ୍ଡ୍ରେ ପହଞ୍ଚି ସାଧାରଣ ସଭାକୁ ଉଦ୍ବୋଧନ ଦେବେ । ୪ଟା ୨୫ରେ ସତୀଭଟ ଏୟାରଷ୍ଟ୍ରିପ୍ରେ ପହଞ୍ଚି ସେଠାରୁ ଫେରି ୫ଟା ୨୦ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ ।
ପଦ୍ମପୁରରେ ଭାଗ ଭାଗ ହେବ କି କଂଗ୍ରେସର ପକେଟ୍ ଭୋଟ? ବିଜେଡି ନା ବିଜେପି କାହା ପାଖକୁ ଯିବ ଏହି ଭୋଟ୍? ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ୍ ନିର୍ଣ୍ଣାୟକ ହେବା ନେଇ ଚର୍ଚ୍ଚା କୁହାଯାଉଛି । ଏହି ଭୋଟ ଯେଉଁ ଦଳକୁ ଯିବ ତାର ବିଜୟ ସମ୍ଭାବନା ବଢିବ । ତେଣୁ କଂଗ୍ରେସର ପକେଟ୍ ଭୋଟକୁ ନେଇ ବିଜେଡି ଓ ବିଜେପି ଭିତରେ ·ଲିଛି ଟଣାଓଟରା ।
୨୦୧୪ରେ କଂଗ୍ରେସ ଏଠାରେ ୩୧ ହଜାର ୧୭୨ ଭୋଟ୍ ପାଇଥିବାବେଳେ ୨୦୧୯ରେ ହାତେଇଥିଲା ୩୨ହଜାର ୬୪୩ ଭୋଟ୍ । ମାତ୍ର ରାଜ୍ୟରେ ବିଭିନ୍ନ ନିର୍ବାଚନରେ କଂଗ୍ରେସ କ୍ରମାଗତ ଭାବେ ନିଜ ଭୋଟବ୍ୟାଙ୍କ ହରାଉଛି । ପଦ୍ମପୁରରେ ମଧ୍ୟ ଏହି ଟ୍ରେଣ୍ଡରେ ପରିବର୍ତ୍ତନ ସମ୍ଭାବନା କମ୍ । ଅନ୍ୟପକ୍ଷରେ ଗଲା ଦୁଇଟି ନିର୍ବାଚନରେ ଏଠାରେ ବିଜେଡି, ବିଜେପି ହାରଜିତ ବ୍ୟବଧାନ ପ୍ରାୟ ୫ ହଜାର ରହୁଥିଲା । ତେଣୁ ଏଥର କଂଗ୍ରେସ ଭୋଟ ଯେଉଁ ଦଳକୁ ଯିବ ତାର ପଲ୍ଲା ଭାରି ରହିବା ନିଶ୍ଚିତ ବୋଲି ଆଲୋଚନା ହେଉଛି ।
ଏପଟେ କଂଗ୍ରେସ ଭୋଟ୍ ବ୍ୟାଙ୍କ ହରାଇବା ସମ୍ଭାବନାକୁ ଦେଖି ତତ୍ପର ବିଜେଡି ଓ ବିଜେପି କଂଗ୍ରେସ ଭୋଟରଙ୍କୁ ନିଜ ପଟକୁ ଆଣିବାକୁ ଉଭୟ ଦଳ ସ୍ୱତନ୍ତ୍ର ଷ୍ଟାଟେଜି କରିଛନ୍ତି ।
ତେଣେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହା ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ ଭିତରେ ତିକ୍ତତା କାହାକୁ ଅଛପା ନୁହେଁ । ତେଣୁ ଯଦି କଂଗ୍ରେସ ଭୋଟ ବିଭାଜିତ ହୁଏ, ତେବେ ଏହା ବରିହା ପରିବାରକୁ ଯିବା ସମ୍ଭାବନା କମ୍ । ସେ କ୍ଷେତ୍ରରେ ବିଜେପିକୁ ଫାଇଦା ମିଳିବ ବୋଲି ଚର୍ଚ୍ଚା ହେଉଛି ।
ତିନି ତିନି ଥରର ବିଧାୟକ କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ ଜଣେ ଟାଣୁଆ ନେତା । ତେଣୁ ପଦ୍ମପୁରରେ ତାଙ୍କର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ତେବେ ଏଥର ସେ ନିଜ ୩୦ ହଜାର ଭୋଟ ବଜାୟ ରଖିପାରିବେ ତ, ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ କଂଗ୍ରେସକୁ ଖାଉଥିବା ଗୋଷ୍ଠୀ କନ୍ଦଳ ପଦ୍ମପୁରରେ ବି କିଛି କମ୍ ନୁହେଁ । ଏମିତିକି ପଦ୍ମପୁରରେ କଂଗ୍ରେସ ଗୋଟିଏ ଗୋଷ୍ଠୀ ଭିତିରିଆ ବିଜେପିକୁ ସମର୍ଥନ କରୁଥିବାବେଳେ ଆଉ ଏକ ଗୋଷ୍ଠୀ ବିଜେଡିକୁ ସମର୍ଥନ କରୁଥିବା ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ କଂଗ୍ରେସକୁ ଭୋଟ ଦେବା ଯାହା ବିଜେଡିକୁ ଜିତେଇବା ତାହା ବୋଲି ଗତକାଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଂଗ୍ରେସ ଭୋଟ ବିଭାଜନର କୌଣସି ସମ୍ଭାବନା ନାହିଁ ବରଂ ବିଜେପି ଓ ବିଜେଡି ଭୋଟ ଦଳକୁ ଆସିବ ବୋଲି ଦୃଢୋକ୍ତି କରିଛନ୍ତି ଦଳୀୟ ବିଧାୟକ ସନ୍ତୋଷ ସିଂହ ସାଲୁଜା । କଂଗ୍ରେସ ପଦ୍ମପୁରରେ ପ୍ରଚାର କରୁଥିଲେ ମଧ୍ୟ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ସେତେଟା ଉତ୍ସାହ ନାହିଁ । ତେଣୁ ଏଠାରେ କଂଗ୍ରେସ ସ୍ଥିତି କଣ ହେଉଛି ଓ କେଉଁ ଦଳ କଂଗ୍ରେସ ଭୋଟ ବିଭାଜନର ପାଇଦା ପାଉଛି । ତାହା ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହେବ ।
ସେପଟେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପାଇକମାଳ ବ୍ଲକର ବିଭିନ୍ନ ସ୍ଥାନରେ ପଦଯାତ୍ରା କରିବା ସହ ମହିଳା ସମାବେଶ କରି ଭୋଟ ମାଗିଛନ୍ତି । ସମାବେଶରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ରୀତା ସାହୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲୀ ଦାସ, ଶ୍ରୀମୟୀ ମିଶ୍ର, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରଚାରରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରି ଭୋଟ ମାଗିଛନ୍ତି । ଏସବୁ ଭିତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ ଓ ସମର୍ଥକଙ୍କୁ ନେଇ ଗାଁ ଗାଁ ବୁଲି ପ୍ର·ର କରୁଛନ୍ତି । ଉଭୟ ବିଜେଡି ଓ ବିଜେପି ପଦ୍ମପୁର ପାଇଁ କିଛି କରିନଥିବା ଅଭିଯୋଗ କରିବା ସହ ତାଙ୍କୁ ଭୋଟ ଦେବାକୁ ଅପିଲ କରୁଛନ୍ତି । ଏପରିକି ବିଧାୟକ ପ୍ରାର୍ଥୀ ଭାବରେ ଏହା ତାଙ୍କର ଶେଷ ଲଢ଼େଇ ବୋଲି ଘୋଷଣା କରିଛନ୍ତି ସତ୍ୟଭୂଷଣ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *