୯ଠ% ସ୍କୁଲରେ ଜଣେ ଶିକ୍ଷକ, ପାଠପଢ଼ା ଠପ୍

ପ୍ରାଥମିକ ଶିକ୍ଷକଙ୍କ ଆନେ୍ଦାଳନ
ଗାଙ୍ଗପୁର (ଆପ୍ର): ଦୁଇ ଦିନ ହେବ ବେଲଗୁଣ୍ଠାର ୯୦ପ୍ରତିଶତ ବିଦ୍ୟାଳୟରେ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ବ୍ଲକ୍ର ୯୦ପ୍ରତିଶତ ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକଙ୍କ ଦାୟିତ୍ୱରେ ଖୋଲାଯିବା ପରେ ବିଦ୍ୟାଳୟଗୁଡିକର ପରିଚାଳନାରେ ବିଭ୍ରାଟ ସୃଷ୍ଟି ହୋଇଛି । ଜଣେ ଶିକ୍ଷକଙ୍କ ପକ୍ଷରେ ବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀଙ୍କୁ ନିୟନ୍ତ୍ରଣ କରିବା କାଠିକର ପାଠ ହେଇଛି ।
୩ଦଫା ଦାବି ନେଇ ଗତ ରବିବାରଠାରୁ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନକ୍ରମେ ବ୍ଲକ୍ର ୩୦୦ରୁ ଊଦ୍ଧ୍ୱର୍ ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ଆନେ୍ଦାଳନରେ ସାମିଲ ହୋଇଥିବା ବେଳେ ବ୍ଲକ୍ର ସମସ୍ତ ବିଦ୍ୟାଳୟର ଦାୟିତ୍ୱ ପଡିଛି ହାତ ଗଣତି କେତେଜଣ ପୁରୁଣା ପେନ୍ସନ୍ ଯୋଜନାଭୁକ୍ତ ଶିକ୍ଷକ ଏବଂ କନିଷ୍ଠ ଶିକ୍ଷକଙ୍କ ଉପରେ । ବ୍ଲକ୍ର ୨୦ ବିଦ୍ୟାଳୟରେ ତାଲା ପଡ଼ିବା ପରିସ୍ଥିତି ଉପୁଜିବାରୁ ସେହି ବିଦ୍ୟାଳୟଗୁଡିକ ଖୋଲା ରଖିବା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ବିଭିନ୍ନ ବିଦ୍ୟାଳୟରୁ ପୁରୁଣା ପେନ୍ସନ୍ ଯୋଜନାଭୁକ୍ତ ଶିକ୍ଷକ ଓ କନିଷ୍ଠ ଶିକ୍ଷକଙ୍କୁ ଡେପୁଟେସନ୍ରେ ପଠାଇଛନ୍ତି । ଫଳରେ ବ୍ଲକ୍ର ପ୍ରାୟ ସମସ୍ତ ବିଦ୍ୟାଳୟରେ ଶିକ୍ଷକ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ହାଇସ୍କୁଲଗୁଡିକରେ ଚାଲିଥିବା ଦଶମ ଶ୍ରେଣୀ ଏସ୍-୧ ପରୀକ୍ଷାରେ ମଧ୍ୟ ପ୍ରାଥମିକ ଶିକ୍ଷକମାନେ ସହଯୋଗ କରି ନ ଥିବାରୁ ହାଇସ୍କୁଲ ଶିକ୍ଷକଙ୍କ ପକ୍ଷେ ପରୀକ୍ଷା ପରିଚାଳନା କଷ୍ଟକର ହୋଇପଡ଼ିଛି । ବିଦ୍ୟାଳୟଗୁଡିକ ନାମକୁ ମାତ୍ର ଖୋଲାଯାଉଥିବା ବେଳେ ବହୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ପରେ ଘରକୁ ଫେରିଯାଉଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଚାଲିଥିବା ଏଲ୍ଆର୍ପି, ଏଫ୍ଏଲ୍ଏନ୍ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକମାନେ ଧାରଣା ଜାରି ରଖିବେ ।
ଶିକ୍ଷକ ଆନେ୍ଦାଳନକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ବିଭାଗୀୟ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କ ଶହ ଶିକ୍ଷକ ସଂଘର ଆଲୋଚନା ବିଫଳ ହୋଇଛି । ଆଗାମୀଦିନରେ ସମସ୍ତ ଏନ୍ପିଏସ୍ ଶିକ୍ଷକ ସମୂହ ଛୁଟିରେ ଯିବେ ବୋଲି ସୂଚନା ମିଳିଛି । ଆଗକୁ ବିଦ୍ୟାଳୟଗୁଡିକରେ ପ୍ରଥମ ସମାପ୍ତ ସୂଚକ ପରୀକ୍ଷା ରହିଥିବାରୁ ଏପରି ପରିସ୍ଥିତିରେ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି । ସରକାର ଶିକ୍ଷକଙ୍କର ଦାବି ମାନି ନେବା ଉଚିତ ବୋଲି ବହୁ ଅଭିଭାବକ ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *