ନ୍ୟାୟ ପାଇଁ ଦୀପିକା ଏସ୍ପିଙ୍କ ଦ୍ୱାରସ୍ଥ

ଟେଣ୍ଟ ପୋଡ଼ିବା ଘଟଣା
ବ୍ରହ୍ମପୁର (ବୁ୍ୟରୋ): ସ୍ତ୍ରୀର ମର୍ଯ୍ୟାଦା ତଥା ପୁଅକୁ ବାପାର ପରିଚୟ ପ୍ରଦାନ ଦାବିରେ ଶୀତ କାକରରେ ୪ମାସରୁ ଊଦ୍ଧ୍ୱର୍ ସମୟଧରି ସ୍ୱାମୀଙ୍କ ଘର ବାରଣ୍ଡାରେ ଧାରଣାରେ ବସିଥିବା ଦୀପିକାଙ୍କୁ ଧାରଣାସ୍ଥଳରୁ ହଟାଇବା ପାଇଁ ଶାଶୂଘର ଲୋକ ବିଭିନ୍ନ ଯୋଜନା କରୁଥିବା ସେ ଅଭିଯୋଗ କରିଛନ୍ତି । ଗତ ୨୮ତାରିଖ ବିଳମ୍ବିତ ରାତିରେ ଦୀପିକା ଘରଦାଣ୍ଡରେ ବସିଥିବା ବେଳେ ଦିନେଶଙ୍କ ମା’ ଘର ଭିତରୁ ତାଙ୍କ ଉପରକୁ ପାଣି ଫିଙ୍ଗିଥିଲେ । ଫଳରେ ସେ ରାତିସାରା ଶୋଇପାରି ନ ଥିଲେ । ମଙ୍ଗଳବାର ଧାରଣାସ୍ଥଳରେ ଦୀପିକା ନ ଥିବା ବେଳେ ଦିନେଶଙ୍କ ପରିବାର ଲୋକେ ଟେଣ୍ଟ ସହ ତାଙ୍କ ଆସବାବ ପତ୍ରରେ ନିଅାଁ ଲଗାଇ ଫୋପାଡି ଦେଇଥିବା ସେ ଅଭିଯୋଗ କରିଛନ୍ତି । ନ୍ୟାୟ ପାଇଁ ଦୀପିକା ବୁଧବାର ବ୍ରହ୍ମପୁର ଏସ୍ପି ଡ.ଶ୍ରବଣା ବିବେକ ଏମ୍ଙ୍କୁ ଭେଟି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଦିନେଶଙ୍କ ମା’ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସେ ଏକ ଲିଖିତ ଅଭିଯୋଗ ଏସ୍ପିଙ୍କୁ ଦେଇଛନ୍ତି । ଅଭିଯୋଗକୁ ଭିତ୍ତିକରି ତଦନ୍ତ ପାଇଁ ଏସ୍ପି ବଡ଼ବଜାର ଥାନାଧିକାରୀଙ୍କୁ ଦାୟିତ୍ୱ ଦେବା ସହ ଦିନେଶଙ୍କ ଘର ନିକଟରେ ଲାଗିଥିବା ସିସିଟିଭିକୁ ଯାଞ୍ଚ ପାଇଁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି ।
କିଛିଦିନ ତଳେ ଦିନେଶଙ୍କ ଘର ବାରଣ୍ଡାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଦୀପିକା ଭାଙ୍ଗିଥିବା ନେଇ ଦିନେଶଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ ତାହାର ମଧ୍ୟ ତଦନ୍ତ ଚାଲିଛି । ଉଭୟ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଇନ୍ ଅନୁଯାୟୀ ଦୋଷୀ ବୁରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *