ଭଡ଼ାଘରେ ହୋଇଥିଲା ଶ୍ରଦ୍ଧା-ଅର୍ଚ୍ଚନା ସାକ୍ଷାତ

ସାମ୍ନାକୁ ଆସିଲା ନୂଆ ତଥ୍ୟ
ଭୁବନେଶ୍ୱର (ବୁ୍ୟରୋ): ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଲିଙ୍କର ପ୍ରମାଣ ଗଣମାଧ୍ୟମ ଆଗରେ ଧରାପଡ଼ିଛି । ୨୦୧୭ ମସିହାରେ ସିନେ-ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଖଣ୍ଡଗିରି ଥାନାରେ ଦେଇଥିବା ଏତଲାର କପି ଗଣମାଧ୍ୟମ ହାତରେ ଲାଗିଛି । ଏତଲାରୁ ମିଳିଥିବା ସୂଚନା ଅନୁସାରେ, ପ୍ରମୋଦ ସ୍ୱାଇଁଙ୍କ ଘରେ ଅର୍ଚ୍ଚନା ନାଗ ୨୦୧୬ ମସିହାରେ ଭଡ଼ା ସୂତ୍ର ରହୁଥିଲେ । କିନ୍ତୁ ଠିକ ସମୟରେ ଭଡା ଟଙ୍କା ନ ଦେବାରୁ ଓ ଘର ନଛାଡ଼ିବାରୁ ତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ଘରମାଲିକ ଶ୍ରୀ ସ୍ୱାଇଁ । ପରେ ସମାନ ଘରେ ୨୦୧୮ରେ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହିବାକୁ ଆସିଥିଲେ । ପ୍ରମୋଦ ସ୍ୱାଇଁ ପେସାରେ ଜଣେ ପ୍ରଯୋଜକ ସହ ଜଣେ ବିଲଡର । ତାଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ସହ ଅର୍ଥ କାରବାର ହୋଇଥିବା ଇଡି ସୁରାକ ପାଇଛି । କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ତାର ଖିଅ ଖୋଜୁଛି ।
ଇଡି ସନେ୍ଦହ କରୁଛି ଯେ, ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ପ୍ରଥମେ ଅର୍ଚ୍ଚନା ନାଗଙ୍କ ଶିକାର ହୋଇଥାଇପାରନ୍ତି । କାରଣ ଅର୍ଚ୍ଚନା ନାଗ ୨୦୧୬ରେ ପ୍ରମୋଦ ସ୍ୱାଇଁଙ୍କ ଘରେ ରହୁଥିଲେ । ହୁଏତ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିଲା । କାଇଦା କରି ଅର୍ଚ୍ଚନା ନାଗ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲେ । ଏହା ଆଧାରରେ ଅର୍ଚ୍ଚନା ମହିଳା ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଅର୍ଚ୍ଚନା କୁଆଡେ ୧୫ ଲକ୍ଷ ଟଙ୍କା ଦାବି କରିଥିଲେ । କିନ୍ତୁ ସେ ୮ ଲକ୍ଷ ଟଙ୍କା ନେଇଯିବା ପରେ ଚୁପ୍ ହୋଇଯାଇଥିଲେ । ମାତ୍ର କିଛି ଦିନର ନୀରବତା ପରେ ପୁଣି ଅର୍ଥ ମାଗିଥିଲେ ବୋଲି ସନେ୍ଦହ କରାଯାଉଛି ।
ଅନ୍ୟପଟରେ ୨୦୧୮ ମସିହାରେ ପ୍ରମୋଦ ସ୍ୱାଇଁଙ୍କ ଘରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ଦେଖାସାକ୍ଷାତ ହୋଇଥିଲେ । ଉଭୟ ଯୁବତୀ ଗୋଟିଏ କୋଠାରେ ରହୁଥିବାରୁ ସେମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ଅନେକ ବଡ଼ବଡିଆ ଅର୍ଚ୍ଚନାଙ୍କ ଘରକୁ ଆସିଥିବା ଶ୍ରଦ୍ଧାଞ୍ଜଳି ଜାଣିବାକୁ ପାଇଥିଲେ । ସୂତ୍ର ଅନୁସାରେ, ଅର୍ଚ୍ଚନା ୨୦୧୯ ମସିହାରେ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରବର୍ତ୍ତାଇଥିଲେ । ଏହା ମଧ୍ୟ ସୂତ୍ରରୁ ଜାଣିବାକୁ ମିଳିଛି କି ପ୍ରମୋଦ ସ୍ୱାଇଁଙ୍କ ଘର ଛାତ ଉପରେ ଏକ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା । ଭୋଜିରେ ଅର୍ଚ୍ଚନା ଓ ତାଙ୍କ ସମ୍ପର୍କୀୟ ଭାଇ ଶ୍ରଦ୍ଧାଞ୍ଜଳିଙ୍କୁ ନିମନ୍ତ୍ରଣ କରିଥିଲେ । ଖାଦ୍ୟରେ ନିଶା ଦେଇ ଶ୍ରଦ୍ଧାଞ୍ଜଳିକୁ ଖାଇବାକୁ ଦିଆଯାଇଥିଲା । ନିଶାଯୁକ୍ତ ଖାଦ୍ୟ ଖାଇବା କାରଣରୁ ଶ୍ରଦ୍ଧାଞ୍ଜଳି ଚେତାଶୂନ୍ୟ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *