ଆଜିଠୁ ଗଡ଼ିବ ମୋ’ ବସ୍

କୋଣାର୍କ (ଆପ୍ର): ୫ଠ ଦିନରେ ସଫଳତା ହାସଲ କରିଛି ମିଶନ ମୋ’ ବସ୍ । ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ଦିନ ହେଲା ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୭୧ନଂ ରୁଟ୍ରେ ମୋ ବସ୍ ବନ୍ଦ ଓ ପୁନଃ ଚଳାଚଳ ପାଇଁ ଆଜକୁ ୫୦ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ଅଭିଯାନ ମିଶନ ମୋ’ ବସ୍ । ମୋ’ ବସ୍ର ଚାହିଦାକୁ ଉପଲବ୍ଧି କରି କୋଣାର୍କର ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର ଏହି ଅଭିଯାନକୁ ଆରମ୍ଭ କରିଥିବା ବେଳେ ଏଥିରେ ସାମିଲ୍ ହୋଇଥିଲେ କୋଣାର୍କ ଏନ୍ଏସି ୩ନଂ ଯୁବ କାଉନ୍ସିଲର ସମୟ ରଞ୍ଜନ ସାହୁ, କୋଣାର୍କ ଏନ୍ଏସି ୯ନଂ ଯୁବ କାଉନ୍ସିଲର ସୌମ୍ୟ ସୌରଭ ଦାଶ ।
ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଦଶ୍ୟରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଏକ ସାମୂହିକ ଦସ୍ତଖତ ସହ ଦାବିପତ୍ର ପ୍ରଦାନ କରାଯାଇଥିଲା । ପରେ କୋଣାର୍କ ଅଞ୍ଚଳବାସୀଙ୍କ ଦ୍ୱାରା କୋଣାର୍କ ମାଧିପୁର ଠାରୁ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଜନ ସମର୍ଥନ ପଦଯାତ୍ରାର ମଧ୍ୟ ଅୟୋଜନ କରାଯାଇଥିଲା । ପର୍ଯ୍ୟାୟକ୍ରମେ ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର ମୋ’ ବସ ପରିଚାଳନା ଦାୟିତ୍ୱରେ ଥିବା କ୍ରୁଟ୍ର ପରିଚାଳନା ନିଦେ୍ର୍ଦଶକ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭେଟିବା ସହ ଦାବିପତ୍ର ଦେଇଥିଲେ । ଅନ୍ୟ ଏକ ଦାବିପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦିଆଯିବା ସହ କୋଣାର୍କକୁ ମୋ ବସ୍ ୭୧ନଂ ରୁଟ୍ରେ କୋଣାର୍କ ମହୋତ୍ସବ ପୂର୍ବରୁ ଚଳାଚଳ ସ୍ୱାଭାବିକ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ । ଶେଷରେ କୋଣାର୍କବାସୀଙ୍କ ଦାବି ଓ ଚାହିଦାକୁ ହୃଦୟଙ୍ଗମ କରି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଚିଠି ଲେଖି ମୋ’ ବସ୍ ପୁନଃ ଚଳାଚଳ ପାଇଁ କାକଟପୁର-ନିମାପଡ଼ା ନିର୍ବାଚନମଣ୍ଡଳୀର ଜନପ୍ରିୟ ନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର(ରମୁ) ମଙ୍ଗ ଧରିଥିଲେ । ପରେ ବିଜେଡି ସାଧାରଣ ସମ୍ପାଦକ ରମୁ ପାତ୍ର ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏବଂ କ୍ରୁଟ୍ର ପରିଚାଳନା ନିଦେ୍ର୍ଦଶକ ବିଜୟ ଅମୃତା କୁଲାଙ୍ଗେଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାତ୍ର ନିଜ ପକ୍ଷରୁ କୋଣାର୍କବାସୀଙ୍କ ଦାବିକୁ ଉପସ୍ଥାପନ କରି କ୍ରୁଟ୍କୁ ଏକ ଚିଠି ଲେଖିଥିଲେ । ଫଳରେ କ୍ରୁଟ ପକ୍ଷରୁ ଡିସେମ୍ବର ୧ କୋଣାର୍କ ମହୋତ୍ସବ ଦିନ ଠାରୁ ୭୧ ନଂ ରୁଟ୍ରେ ମୋ ବସ୍ ଚଳାଚଳ ସ୍ୱାଭାବିକ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଯାହାକୁ ନେଇ ବୁଧବାର ୩୦ ନଭେମ୍ବରରେ କ୍ରୁଟ୍ ପକ୍ଷରୁ ଏହି ସୂଚନା ସାର୍ବଜନୀନ କରାଯିବା ସହ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାକୁ ନେଇ କୋଣାର୍କ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *