୫ ଦଫା ଦାବିରେ ସିଡିଏମ୍ଓ ଅଫିସ୍ ଆଗରେ ବିକ୍ଷୋଭ
ପୁରୀ (ବୁ୍ୟରୋ): ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ୨୦ହଜାରରୁ ଊଦ୍ଧ୍ୱର୍ କର୍ମଚାରୀ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରୁଛନ୍ତି । ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ସେମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁନାହାନ୍ତି ।
ଅନ୍ୟ ପଦପଦବୀରେ ସରକାରୀ କର୍ମଚାରୀଙ୍କ ପ୍ରମୋଶନ ହେଉଥିବା ବେଳେ ସେମାନଙ୍କର ପ୍ରମୋସନ ସ୍ୱପ୍ନ । ସେହିପରି କୋଭିଡ୍ ସମୟରେ ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ କୋଡିଏ ହଜାର ସ୍ୱାସ୍ଥ୍ୟକର୍ମୀ ଟିକା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ଶେଷ ହେବା ପରେ ସରକାର ସେମାନଙ୍କ କଥା ଭୁଲିଗଲେ । ଅନ୍ୟମାନଙ୍କ ଲାଗି କ୍ୟାଡର୍ କାର୍ଯ୍ୟକାରୀ ହେଉଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି କୌଣସି ପଦକ୍ଷେପ ନାହିଁ । ସେଥିଲାଗି ବୁଧବାର ସିଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେମାନେ ସେମାନଙ୍କର ୫ ଦଫା ଦାବିକୁ ପୂରଣ କରିବା ଲାଗି ସଂଘର ପ୍ରସନ୍ନ କୁମାର ସିଂ, ଜୟପ୍ରକାଶ ବେଜ୍, ଅମିତ୍ କୁମାର ଦାସ, ମୁକେଶ କୁମାର ସାହୁ, ତି୍ରନାଥ ପାଣିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।