ବିନା ସୁଧରେ ୫ ଲକ୍ଷ ଋଣ
ଏସ୍ଏଚ୍ଜି ପାଇଁ ବଡ଼ ଘୋଷଣା
ଭୁବନେଶ୍ୱର, ୨୯ା୧୧ (ବୁ୍ୟରୋ): ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି । ଏବେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ଘୋଷଣା କରିଛନ୍ତି ମିଶନ ଶକ୍ତି ମନ୍ତ୍ରୀ । ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳୁଥିଲା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ଏବେ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମିଳିପାରିବ । ମିଶନ ଶକ୍ତିରେ ଥିବା ମା’ଙ୍କ ପାଇଁ ଆସିଛି ଖୁସିଖବର । ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବିନା ସୁଧରେ ଋଣ ପରିମାଣକୁ ବଢ଼ାଯାଇଛି । ମିଶନ ଶକ୍ତି ଋଣ ୪ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ବିଧାନସଭାରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ସୂଚନା ଦେଇଛନ୍ତି ।
ମିଶନ ଶକ୍ତି ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସରୁ ପ୍ରଚଳନ କରାଯାଇଥିବା ଏକ ଯୋଜନା । ମହିଳା ସ୍ୱୟଂ ସହୟିକା ଗୋଷ୍ଠୀ ଗୁଡିକୁ ସଙ୍ଗଠିତ ଓ ମଜବୁତ କରିବା ମୂଳ ଉଦେ୍ଦଶ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଥିଲା । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ ଶକ୍ତି ଯୋଜନା ଏକତ୍ର କାର୍ଯ୍ୟ କରନ୍ତି । ମହିଳା ଓ ଶିଶୁଙ୍କ ପାଇଁ ବିଭିନ୍ନ ଯୋଜନା, ଶିଶୁ ଏବଂ ମହିଳା ପୁଷ୍ଟି, ମମତା ଯୋଜନା, ମିଶନ ଶକ୍ତି ଆଦି ବିଷୟରେ ସଚେତନତା ସୃଷ୍ଟି ପାଇଁ ୨୦୧୯ ମସିହାରେ ଏହି ମନ୍ତ୍ରଣାଳୟ ଟିକି ମାଉସୀ ନାମରେ ନିଜର ଏକ ମାସ୍କଟ ପ୍ରଚଳନ କରିଥିଲେ ।