ରାସ୍ତା ମରାମତି ପରେ ବି ଅସୁରକ୍ଷିତ

କେନ୍ଦୁଝର (ଆପ୍ର) : କେନ୍ଦୁଝର ସହର କଲେଜ ରୋଡ଼ ରାସ୍ତା ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବ ଏବଂ ସଠିକ୍ ପ୍ଲାନିଂ ନ କରି କାମ କରାଯାଉଥିବାରୁ ରାସ୍ତାର ଅବସ୍ଥା ସୁଧୁରୁନାହିଁ । ଏବେ ଏହି ରାସ୍ତା ସାଧାରଣ ଲୋକଙ୍କ ଚଳପ୍ରଚଳରେ ସମସ୍ୟା ସୃଷ୍ଟି କରିଛି । ଏହି ରାସ୍ତାରେ ସରକାରୀ ମେଡିକାଲ୍ କଲେଜକୁ ସଂଯୋଗ କରୁଥିବାବେଳେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ, ଇଟିସି ତାଲିମ କେନ୍ଦ୍ର, ଅନ୍ୱେଷା ଛାତ୍ରାବାସ, ଡାଏରୀ ଫାର୍ମକୁ ସଂଯୋଗ କରୁଛି । ସେହିପରି ଏହି ରାସ୍ତା ଦେଇ କବିତ୍ରା, ବୋଦାପଳସା ଆଦି ଗାଁକୁ ଲୋକମାନେ ଯାତାୟତ କରୁଛନ୍ତି । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଚଳପ୍ରଚଳ ପାଇଁ ସୁଗମ ଥିବାବେଳେ ବିଭାଗ ପକ୍ଷରୁ ଖାଲଖମା ସ୍ଥାନରେ ଠାଏଠାଏ ତାଳି ପକାଯାଇ ପିଚୁ ଚାଦର ପକା ଯାଉଥିବାରୁ ଯାନବାହନ ଚଳାଚଳରେ ବାଧକ ସାଜିଛି । ସିରାଜୁଦ୍ଦିନ ଛକରୁ ମାତ୍ର ତିନି ଶହ ମିଟର ପର୍ଯ୍ୟନ୍ତ ରାସ୍ତାର ପିଚୁ ଚାଦର କାର୍ଯ୍ୟ କରାଯାଇ ଲୋକଙ୍କ ମଧ୍ୟରେ ପୂର୍ଣ୍ଣ ପିଚୁ କାର୍ଯ୍ୟର ଆଶା ସୃଷ୍ଟି କରାଯାଇଥିଲା । ମାତ୍ର ଏହି କାର୍ଯ୍ୟ ଅଧପନ୍ତରିଆ ରଖାଯାଇ କମାରଗୋଡ଼ା ଛକ ନିକଟରେ ପିଚୁ ଚାଦର(ମାଷ୍ଟ୍ରିକ ଫେଲ୍ଟ) ତାଳିପକା କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଏହି ଖାମଖିଆଲୀ ଓ ଅସୁରକ୍ଷିତ ତାଳି ପକା କାର୍ଯ୍ୟ ଯୋଗୁଁ ଆମ୍ବୁଲାନ୍ସ ରୋଗୀ ହନ୍ତସନ୍ତ ହେବା ସହ ଜରୁରୀକାଳୀନ ସେବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ଏହାର ତୁରନ୍ତ ସମାଧାନ ନକଲେ କୌଣସି ଅଘଟଣ ଆଶଙ୍କାକୁ ଏଡ଼ାଇ ହେବନାହିଁ । ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ସନ୍ତୋଷ ବେହେରା ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *