ସୁପ୍ରିମ୍ ନିଦେ୍ର୍ଦଶ ଆନେ୍ଦାଳନକାରୀ ଓକିଲଙ୍କ ଲାଇସେନ୍ସ ରଦ୍ଦ କର

ନୂଆଦିଲ୍ଲୀ, ୨୮ା୧୧: କୋର୍ଟ କାର୍ଯ୍ୟକୁ ପ୍ରଭାବିତ କରି ହାଇକୋର୍ଟ ବେଞ୍ଚ୍ ସ୍ଥାପନ ଦାବିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆନେ୍ଦାଳନ ଜାରି ରଖିଥିବା ଓକିଲଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ୱାରା ରୁଜୁ ହୋଇଥିବା ପିଟିସନ୍ର ଶୁଣାଣି କରି ସୋମବାର ଜଷ୍ଟିସ୍ ସଞ୍ଜୟ କିଶାନ୍ କୌଲ୍ ଏବଂ ଏଏସ୍ ଓକାଙ୍କ ପୀଠ ସମ୍ପୃକ୍ତ ଆଇନଜୀବୀମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ)କୁ ନିଦେ୍ର୍ଦଶ ଦେଇଛନ୍ତି ।
ପୀଠ କହିଛନ୍ତି, ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ କୋର୍ଟ କାର୍ଯ୍ୟ ଶତପ୍ରତିଶତ ଜାରି ରହିବା ଆବଶ୍ୟକ । ଜୁଡିସିଆଲ ଅଧିକାରୀପ୍ରମୁଖଙ୍କୁ ସୁରକ୍ଷା ଯୋଗାଇଦେବା ସହ କୋର୍ଟ କାର୍ଯ୍ୟରେ ପ୍ରତିବନ୍ଧକ ହେଉଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍କୁ ନିଦେ୍ର୍ଦଶ ଦିଆଯାଇଛି । ଶୁଣାଣିବେଳେ ଆଇନଜୀବୀ ନିରଞ୍ଜନ ସାହୁ କହିଥିଲେ, ଓକିଲମାନେ କାର୍ଯ୍ୟରେ ଯୋଗଦେବା ପରେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇପାରିବ । ଉଲ୍ଲେଖଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ସର୍ବୋଚ୍ଚ ଅଦାଲତ ଆନେ୍ଦାଳନରତ ଆଇନଜୀବୀଙ୍କୁ ୧୬ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବା ପାଇଁ ଆଦେଶ ଦେଇଥିଲେ । ଏହି ଆନେ୍ଦାଳନଯୋଗୁ କୋର୍ଟଙ୍କ ୨୧୪୧୭୬ ଘଣ୍ଟା ବରବାଦ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *