୧୨ ବର୍ଷ ପରେ ନିର୍ବାଚନ ପାଇଁ ଲାଗିଲା ବ୍ୟାନର

ପାଣି ପଞ୍ଚାୟତ ନିର୍ବାଚନ ଦିଗହରା
ମାହାଙ୍ଗା (ଆପ୍ର): ରାଜ୍ୟ ସରକାରଙ୍କ ଯୋଜନା କିଭଳି ଘୋଷଣାରେ ସିମିତ ତାର ଉଦାହରଣ ପାଲଟିଛି ମାହାଙ୍ଗା ବ୍ଲକ୍ରେ ଥିବା ଜଳସମ୍ପଦ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ୧୨ବର୍ଷ ତଳେ ଶ୍ରୀ ରାମେଶ୍ୱର ପାଣି ପଞ୍ଚାୟତର ନିର୍ବାଚନ ହୋଇଥିଲା । ସରକାରୀ ନିୟମ ଅନୁସାରେ ପ୍ରତି ୩ବର୍ଷରେ ଥରେ ପାଣି ପଞ୍ଚାୟତ ନିର୍ବାଚନ କାରଯିବାର ନିୟମ ରହିଥିଲେ ମଧ୍ୟ କାହା ସ୍ୱାର୍ଥରେ ୧୨ବର୍ଷ ପର୍ଯ୍ୟନ୍ତ ଏହି ପଞ୍ଚାୟତ ନିର୍ବାଚନ କରାଯାଇ ନ ଥିଲା । ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନାରୁ ଜଣାପଡିଛି, ତା୧.୧୨. ୨୦୨୨ରୁ ତା ୩.୧୨.୨୦୨୨ରିଖ ଯାଏଁ ଚକ କମିଟି ନାମାଙ୍କନ ପତ୍ର ଦାଖଲ ଓ ତା୧୨.୧୨.୨୦୨୨ରିଖରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ନିର୍ବାହୀ କମିଟି ସଭାପତି ଓ ସମ୍ବାଦକ ପଦ ପାଇଁ ତା୨୬.୧୨. ୨୦୨୨ରିଖରେ ନାମାଙ୍କନ ପତ୍ର ଦାଖଲ ଓ ଭୋଟ ଗ୍ରହଣର ତାରିଖ ଘୋଷଣା କରାଯାଇଥିବା ବ୍ୟାନର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଅଚୁ୍ୟତପୁର ପରିସରରେ ଟଙ୍ଗା ଯାଇଛି । ୬୬ଟି ସୋଠ ମଧ୍ୟରୁ ଶତକଡା ୩୩ ଭାଗ ମହିଳା ଚକ କମିଟିରେ ରହିବା ପାଇଁ ନିୟମ ରହିଛି । ୨୨ଜଣ ମହିଳା ଏହି ଚକ କମିଟିରେ ରହିବେ ବୋଲି ଅଚ୍ୟତପୁର କନିଷ୍ଠ ଯନ୍ତ୍ରୀ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ତେବେ କୃଷକ ମହଲରେ ଚର୍ଚ୍ଚା ହେଉଛି ଯେ, ୧୨ବର୍ଷ ପରେ ଜଳସମ୍ପଦ ବିଭାଗର ହଠାତ୍ ପାଣି ପଞ୍ଚାୟତ ନିର୍ବାଚନ ପାଇଁ କିଭଳି ତତ୍ପରତା ପ୍ରକାଶ ପାଇଲା । କ’ଣ ପାଇଁ ଜଳସମ୍ପଦ ବିଭାଗ ପ୍ରତି ୩ବର୍ଷରେ ଥରେ ନିର୍ବାଚନ ନ କରି ଚୁପ୍ଚାପ୍ ବସିଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *