୫.୬ଂରେ ଥରୁଛି ସେମିଳିଗୁଡ଼ା

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଏବେ ଶୀତ ଲହର ଜାରି ରହିଛି । ଆସନ୍ତା ୫ ଦିନ ଯାଏରେ ଏହି ସ୍ଥିତି ଲାଗି ରହିବ । କୋରାପୁଟ ସେମିଳିଗୁଡ଼ା ଲଗାତାର ଦ୍ୱିତୀୟ ଦିନରେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଏଥିସହ ରାଜ୍ୟର ୨୪ ସହରର ତାପମାତ୍ରା ୧୫ଂ ତଳକୁ ରହିଛି । ୧୦ଂ ତଳେ ୫ ସହର ରହିଛି । ଗତ ୩ ଦିନ ହେବ କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସୁଛି । ସନ୍ଧ୍ୟା ପରେ ହଠାତ ତାପମାତ୍ରା ଖସୁଥିବାରୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି । ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହିତ ପଶ୍ଚିମ ଦିଗରୁ ଥଣ୍ଡା ବାୟୁର ପ୍ରବେଶ ରହୁଛି । ଯାହା ଦ୍ୱାରା ତାପମାତ୍ର ତଳମୁହାଁ ହୋଇଛି ।
ସୂଚନା ଅନୁସାରେ ଉପକୂଳବର୍ତ୍ତୀ ଜିଲ୍ଲା ବ୍ୟତୀତ ବାକି ସମସ୍ତ ଜିଲ୍ଲାରେ ପାରଦ ୧୫ଂରୁ କମ୍ ରହିଛି । ସେମିଳିଗୁଡ଼ାରେ ସର୍ବନିମ୍ନ ପାରଦ ୫.୬ଂ ରେକର୍ଡ ହୋଇଥିବାବେଳେ ଜି.ଉଦୟଗିରିରେ ୮ଂ, ଫୁଲବାଣୀରେ ୮.୫ଂ, ଦାରିଙ୍ଗବାଡ଼ି, କୋରାପୁଟ ଓ କିରେଇରେ ୯.୫ଂ, କେନ୍ଦୁଝରରେ ୯.୬ଂ ରହିଛି । ସେହିପରି ଭବାନୀପାଟଣାରେ ୧୦ଂ, ଝାରସୁଗୁଡ଼ା ୧୧.୨ଂ, ଦେଓଗଡ଼, ସୁନ୍ଦରଗଡ଼, ନବରଙ୍ଗପୁର, ନୂଆପଡ଼ାରେ ପାରଦ ୧୨ଂ ଥିବାବେଳେ ବାକି ପଶ୍ଚିମ ଓଡ଼ିଶା ଅଞ୍ଚଳରେ ପାରଦ ୧୨ରୁ ୧୫ଂ ମଧ୍ୟରେ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *