ଜନପଥରେ ଯମଯନ୍ତ୍ରଣା
ଲୋକାରଣ୍ୟ ଲୋୟର ପିଏମ୍ଜି
ଭୁବନେଶ୍ୱର, ୨୭ା୧୧ (ବୁ୍ୟରୋ): ରାଜଧାନୀରେ ରବିବାର ଲକ୍ଷାଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ନୂତନ ପେନସନ ଯୋଜନାରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଶିକ୍ଷକମାନେ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ବିଧାନସଭା ସମ୍ମୁଖ ଲୋକାରଣ୍ୟ ହୋଇଥିବାବେଳେ ଏକକାଳୀନ ଏତେ ସଂଖ୍ୟକ ଶିକ୍ଷକ ରାଜଧାନୀକୁ ଆସିଥିବାରୁ ଦିନତମାମ ଟ୍ରାଫିକ୍ ସମସ୍ୟା ନଜରକୁ ଆସିଛି । ଜନପଥର ଆରମ୍ଭରୁ ବାଣୀବିହାର, କଳ୍ପନାରୁ ଏଜି, ବିଦୁ୍ୟତ୍ ମାର୍ଗ, ସଚ୍ଚିବାଳୟ ମାର୍ଗ ସବୁଠି ଜନସାଧାରଣଙ୍କୁ ଯମଯନ୍ତ୍ରଣା ଭୋଗିବାକୁ ପଡ଼ିଛି । କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ହେଁ, ଆବଶ୍ୟକଠାରୁ ଅଧିକ ଶିକ୍ଷକ ଥିବାରାୁ ଟ୍ରାଫିକ୍ ପରିଚାଳନା ସୂଚାରୁ ରୂପେ କରାଯାଇପାରିନାହିଁ । ଫଳସ୍ୱରୁପ ରାଜଧାନୀ ରାଜରାସ୍ତାରେ ଗାଡ଼ିର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି ।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଶିକ୍ଷକ, କର୍ମଚାରୀ ଆନେ୍ଦାଳନରେ ଅଂଶଗ୍ରହଣ କରିଥିଲେ । ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ, ୨୦୦୧ରୁ ନିୟମିତ ହୋଇଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଇନ୍କ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରାତନ ପେନ୍ସନ ଯୋଜନା ପ୍ରଚଳନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି । ଏନପିଏସ ଶିକ୍ଷକ ସଂଘର ଦାବିଗୁଡ଼ିକ ଯଥାର୍ଥ ଏବଂ ସରକାର ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଦରକାର ବୋଲି କହି ଓଷ୍ଟା ଆନେ୍ଦାଳନକୁ ସମର୍ଥନ ଜଣାଇଛି । ଓଷ୍ଟାର ସମର୍ଥନ ପରେ ଆନେ୍ଦାଳନ ଆହୁରି ତ୍ରୀବତର ହୋଇଥିବା ନଜରକୁ ଆସିଛି ।
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କୁ ଏବେ ସ୍ଥାୟୀ ଅଡୁଆ । ଲୋୟର ପିଏମଜିରେ ଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ପଞ୍ଚାୟତିରାଜ ସମେତ ଅନ୍ୟାନ୍ୟ ଅସ୍ଥାୟୀ କର୍ମଚାରୀଙ୍କ ପ୍ରତିବାଦ ନଜରକୁ ଆସିଛି । ୩ ଦଫା ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ହଜାର ହଜାର ପ୍ରାଥମିକ ଶିକ୍ଷକଙ୍କ ବିଶାଳ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି ସମାନ କାମକୁ ସମାନ ଦରମା ସହ ଆନେ୍ଦାଳନରେ ବସିଥିବା ସମୟରେ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସହ ମାସିକ ପେନସନ ଆଦି ୮ଦଫା ଦାବିରେ ଅ ।ନେ୍ଦାଳନରେ ବସିଛନ୍ତି ଅଙ୍ଗନବାଡି କର୍ମୀ । ସେହିପରି ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଅମଲା ସଂଘ । ଲୋୟର ପିଏମଜିରେ ଶହ ଶହ ସଂଖ୍ୟାରେ କର୍ମ·ରୀ ଏକାଠି ହୋଇ ଦେଇଛନ୍ତି ସରକାର ବିରୋଧୀ ନାରା । ୫୭ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମୁହଁରେ ସରକାର ହସ ଫୁଟାଇ ବାହାବା ନେବାର ଦିନ କେଇଟା ପରେ ଅସ୍ଥାୟୀଙ୍କ କର୍ମଚାରୀ ଭିତରେ କୁହୁଳୁଛି ଅସନ୍ତୋଷର ସ୍ୱର ।