ଭୁଶୁଡ଼ିଲା ରେଲୱେ ଫୁଟ୍ ଓଭରବ୍ରିଜ୍, ୨୮ ଗୁରୁତର
ମୁମ୍ବାଇ (ଏଜେନ୍ସି): ରବିବାର ମହାରାଷ୍ଟ୍ରର ଚନ୍ଦ୍ରପୁର ବଲ୍ଲାରଶାହ ରେଲୱେ ଷ୍ଟେସନ୍ ଠାରେ ନିର୍ମିତ ପାଦଚଲା ଓଭରବ୍ରିଜ୍ର ଏକ ବଡ଼ ଭାଗ ହଠାତ୍ ଭୁଶୁଡି ପଡ଼ିଛି । ଫଳରେ ଅଘଟଣ ସମୟରେ ଓଭରବି୍ରଜ୍ ଉପର ଦେଇ ଯାଉଥିବା କିଛି ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ତେବେ ସୌଭାଗ୍ୟବଶତଃ ବି୍ରଜ୍ ଭୁଶୁଡିବା ସମୟରେ ରେଲୱେ ଟ୍ରାକ୍ ଦେଇ କୌଣସି ଟ୍ରେନ୍ ଯାଉନଥିବାରୁ ଏକ ବଡ଼ଧରଣର ଅଘଟଣ ଟଳିଯାଇଛି । ଆଶ୍ୱସ୍ତିର ବିଷୟ ହେଉଛି, ଏହି ଅଘଟଣରେ କେହି ମୃତାହତ ହୋଇନଥିବା ସ୍ପଷ୍ଟ କରାଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଟ୍ରେନ୍ ଲାଇନ୍ ଠାରୁ ପ୍ରାୟ ୬ଠ ଫୁଟ୍ ଉଚ୍ଚତାରେ ନିର୍ମାଣ କରାଯାଇଥିବା ଏହି ପାଦଚଲା ଓଭରବ୍ରିଜ୍ର ଏକ ବଡ଼ ଅଂଶ ହଠାତ୍ ଭୁଶୁଡି ପଡ଼ିଥିଲା । ସେସମୟରେ ବି୍ରଜ୍ ଉପର ଦେଇ ପ୍ରାୟ ୬ଠରୁ ଅଧିକ ଯାତ୍ରୀ ଚଳପ୍ରଚଳ କରୁଥିଲେ । ସୁତରାଂ ୨୮ ଯାତ୍ରୀ ତଳେ ପଡ଼ିଯାଇଥିଲେ । କିଛି ଯାତ୍ରୀଙ୍କ ଉପରେ ଓଭରବ୍ରିଜ୍ର ଭଗ୍ନାଂଶ ଚାପିହୋଇଯାଇଥିଲା । ତେବେ ରେଲୱେ ପୁଲିସ୍ ଏବଂ ଷ୍ଟେସନ୍ରେ ଥିବା ଲୋକେ ସଙ୍ଗେ ସଙ୍ଗେ ଆହତଙ୍କୁ ଉଦ୍ଧାର କରିଥିଲେ ଏବଂ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ୨ଠଜଣଙ୍କ ଅବସ୍ଥା ସାମାନ୍ୟ ଥିବା ବେଳେ ୮ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ଜଣାପଡିଛି ।