ଶବ ହୋଇ ଫେରିଲା

ଦାଦନ ଖଟିବାକୁ ଯାଇଥିଲା ପୁଅ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଳା କଙ୍କଡ଼ାହାଡ଼ ଥାନା ରୂପାବେଡା ଗ୍ରାମର ଜଣେଯୁବକ ଦାଦନ ଖଟିବାକୁ ସମ୍ବଲପୁର ଯାଇଥିଲା । ରୋଜଗାରିଆ ପୁଅର ଟଙ୍କାକୁ ପରିବାର ଲୋକ ଚାହିଁ ବସିଥିବାବେଳେ ଘରକୁ ପୁଅର ଶବ ଫେରିବା ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
କଙ୍କଡ଼ାହାଡ଼ ବ୍ଲକର ଶହ ଶହ ଯୁବକ ଦାଦନ ଖଟିବାକୁ ବିଭିନ୍ନ ରାଜ୍ୟ ତଥା ଜିଲ୍ଳାବାହାରକୁ ଚାଲିଯାଉଥିବାର ଜଣାପଡିଛି । ସେହିରପି ରୂପାବେଡା ଗ୍ରାମ ଗାଡିଆସାହିର ଗଣେଶ୍ୱର ପାତ୍ରଙ୍କ ପୁଅ ଗୌତମ ପାତ୍ର ଦାଦନ ଖଟିବାକୁ ସମ୍ବଲପୁରରେ ଥିବା ଶ୍ୟାମ ମେଟାଲିକ୍ସ ଲିମିଟେଡରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ସେଠାରେ କାମ କରିବା ସହିତ ଗୌତମ ସମ୍ବଲପୁରରେ ଏକ ଭଡାଘର ନେଇ ରହୁଥିଲେ । କୌଣସି କାରଣରୁ ସେହି ଭଡାଘରେ ଗୌତମଙ୍କର ମୃତୁ୍ୟ ଘଟିଥିଲା । ମୃତୁ୍ୟ ପରେ ପରିବାର ଲୋକ ପୁଅର ମୃତୁ୍ୟ ଘଟଣାକୁ ନେଇ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି । ପୁଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭଡାଘରେ କିଭଳି କେଉଁ ପରିସ୍ଥିତିରେ ମୃତୁ୍ୟ ଘଟିଲା ତାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛିି । ପରିବାରଲୋକ ଗୌତମଙ୍କର ମୃତୁ୍ୟକୁ ସହଜରେ ଗ୍ରହଣ କରି ପାରୁନଥିବା ବେଳେ କାରଖାନାର କିଛି ଲୋକ ଗୌତମଙ୍କ ଶବକୁ ନେଇ କଙ୍କଡ଼ାହାଡ଼ ଗାଡ଼ିଆସାହିକୁ ଆଣିବା ପରେ ଶବ ସଂସ୍କାର କରାଯାଇଥିଲା । ଖବର ପାଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ ଘଟଣାସ୍ଥଳରେ ପହଞ୍ଚି ପରିବାର ବର୍ଗକୁ ସମବେଦନା ଜଣାଇଥିଲେ । କିନ୍ତୁ ଦାଦନ ଖଟିବାକୁ ଯାଇଥିବା ଗୌତମର ମୃତୁ୍ୟ ଆତ୍ମହତ୍ୟା ନା କୌଣସି ଚକ୍ରାନ୍ତ କରାଯାଇ ତାଙ୍କୁ ହତ୍ୟା କରାଯାଇଛି । ତାକୁ ନେଇ ପରିବାର ବର୍ଗସନେ୍ଦହ ସୃଷ୍ଟି କରିଛନ୍ତି । ପୁଲିସ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ପ୍ରକାଶ କରିବାକୁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *