୨ଠ୨୩ରେ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା!
ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ
ପୁରୀ(ବୁ୍ୟରୋ): ୨୦୨୩ରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା । ଏନେଇ ୟୁନେସ୍କୋକୁ ଚିଠି ପଠାଯିବାକୁ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୟୁନେସ୍କୋ ତାଲିକାରେ ରଥଯାତ୍ରା ରହିବା ନେଇ ଗତବର୍ଷ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୟୁନୋସ୍କୋକୁ ଚିଠି ଲେଖାଯାଇଥିଲା । ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ କରାଯାଇ ଏନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ଓ ୨ଜଣ ମଠାଧିଶଙ୍କୁ ନେଇ ପରାମର୍ଶ କମିଟି ଗଠନ କରାଯିବ । ତେବେ ରଥଯାତ୍ରାକୁ ଇଣ୍ଟରନ୍ୟାସନାଲ ହେରିଟେଜ୍ ମାନ୍ୟତା ମିଳିବା ପାଇଁ ଗତବର୍ଷ ଠାରୁ ତଥ୍ୟ ଓ ପ୍ରମାଣ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇବ ବୋଲି ଆଶା ପ୍ରକଟ କରିଛନ୍ତି ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ।