ନାଟମଣ୍ଡପ ବିମ୍ରେ ୭ ଫୁଟ ଲମ୍ବ ଫାଟ

ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ମୁଖା ଖୋଲିଲେ ଆମିକସ୍ କୁ୍ୟରୀ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ରେ ୭ଫୁଟ ଲମ୍ବ ଏବଂ ୭ଇଞ୍ଚ ଗଭୀରର ଫାଟ ସୃଷ୍ଟି ହୋଇଛି । ୧୦ଇଞ୍ଚ ପ୍ରସ୍ଥ ଓ ୨୦ଫୁଟ ଲମ୍ବ ବିମ୍ ଉପରେ ଏହି ଫାଟ ସୃଷ୍ଟି ହୋଇଥିବା ବେଳେ ଫାଟ ମରାମତି ନେଇ ସ୍ଥିତି ପରଖାଯାଇଛି । ଶୁକ୍ରବାର ଏଏସ୍ଆଇର ଏକ ବରିଷ୍ଠ ଅଧିକାରୀ ଟିମ୍ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏଏସ୍ଆଇ ଅଧୀକ୍ଷକ ଅରୁଣ ମଲ୍ଲିକ ଫାଟ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏହାସହ ଏହାର ମରାମତି କାର୍ଯ୍ୟ ଆସନ୍ତା ୨୦୨୩, ଏପ୍ରିଲ ସୁଦ୍ଧା ଶେଷ ହେବ ବୋଲି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଉକ୍ତ ଫାଟ ୪ ବର୍ଷ ତଳୁ ସୃଷ୍ଟି ହୋଇଥିବା ବେଳେ ତାହାକୁ ଆଜି ପର୍ଯ୍ୟନ୍ତ ମରାମତି ହୋଇନଥିବାରୁ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କୁ୍ୟରୀ ଅସନ୍ତୋଷବ୍ୟକ୍ତ କରିଛନ୍ତି । ଆମିକସ୍ କୁ୍ୟରୀରେ ଥିବା ଏନ୍କେ ମହାନ୍ତି କହିଛନ୍ତି ଯେ, ଦୀର୍ଘ ୪ବର୍ଷ ଧରି ନାଟମଣ୍ଡପରେ ଫାଟଥିବା ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଫଳରେ ସେମାନେ ଉକ୍ତ କାର୍ଯ୍ୟକୁ ଅଣଦେଖା କରିଛନ୍ତି । ତେବେ ଆଗକୁ ଏହି କାର୍ଯ୍ୟ ଢିଲା ହେବ ନାହିଁ । ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଉପରେ ହାଇକୋର୍ଟ ଏବେ ତୀକ୍ଷ୍ଣ ନଜର ରଖିଛନ୍ତି । ତେଣୁ ସେମାନେ ତୁରନ୍ତ ଏପ୍ରିଲ ସୁଦ୍ଧା କାର୍ଯ୍ୟ ଶେଷ କରିବେ ବୋଲି ସେ ଆଶାପ୍ରକଟ କରିଛନ୍ତି । ଆମିକସ୍ କୁ୍ୟରୀଙ୍କ ମନ୍ତବ୍ୟ ପରେ ନାଟମଣ୍ଡପ ମରାମତି କାର୍ଯ୍ୟକୁ ନେଇ ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନ କେତେ ତତ୍ପର ତାହା ସ୍ପଷ୍ଟ ହୋଇଛି ।
ଶୁକ୍ରବାର ଏଏସ୍ଆଇ ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ଏକ ଟିମ୍ ନାଟମଣ୍ଡପର ସ୍ଥିତି ପରଖିଥିଲେ । ଏହି ସମୟରେ ଅନ୍ୟ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ସୂଚନାଥାଉକି, ପୂର୍ବରୁ ସେପ୍ଟେମ୍ବର ୧୭ରେ ହାଇକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଆମିକସ୍କୁ୍ୟରୀ ଏନ୍କେ ମହାନ୍ତି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ । ୨୦୨୩, ମାର୍ଚ୍ଚ ସୁଦ୍ଧା ନାଟମଣ୍ଡପ ମରାମତି କାର୍ଯ୍ୟ ଶେଷ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏଏସ୍ଆଇ ଅଧିକାରୀଙ୍କ ଅବହେଳା ଯୋଗୁଁ ନାଟମଣ୍ଡପରୁ ପାଣି ଗଳୁଛି ବୋଲି ଅଭିଯୋଗ କରିଛନ୍ତି ସେବାୟତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *