ବିଧାୟିକାଙ୍କ ଦ୍ୱାରା ୭ ପାନୀୟଜଳ ପ୍ରକଳ୍ପର ଶିଳାନ୍ୟାସ
ଭିତ୍ତିଭୂମି ବିକାଶରେ ନୂଆ ଅଧ୍ୟାୟ
ଆସିକା (ଆପ୍ର): ଆସିକା ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଦ୍ୱରା ରବିବାର ପାଞ୍ଚଟି ପଞ୍ଚାୟରେ ୭ଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଏହି ବ୍ଲକ୍ ଅଧୀନ ଖାରିଆ ପଞ୍ଚାୟତର ସନ୍ଧିନୂଆଁପଲ୍ଲୀ, ପାଣ୍ଡିଆପଥର ପଞ୍ଚାୟତର ବଜ୍ରକୋଟ, ଖଣ୍ଡଦେଉଳୀ ପଞ୍ଚାୟତର ସିମାଖାଇ ଓ ଗୌଡ଼ଗୋଠ, ଗଙ୍ଗାପୁର ପଞ୍ଚାୟତର ମାଗୁରାପଲ୍ଲୀ ଓ ଦନ୍ତାରିବଗଡ଼ ଏବଂ ବେଣାପାଟ ପଞ୍ଚାୟତର ବେଣାପାଟ ଓ କେଶପୁର ଗ୍ରାମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ଜଳଜୀବନ ମିଶନ୍ ପକ୍ଷରୁ ୩କୋଟି ୬ଲକ୍ଷ ୬୭ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ । ଏହା ଫଳରେ ସମସ୍ତ ପାଞ୍ଚଟି ପଞ୍ଚାୟର ଅଞ୍ଚଳବାସୀ ଶତପ୍ରତିଶତ ବିଶୁଦ୍ଧ ପାଇବା ନେଇ ଜଣାପଡ଼ିଛି । ବ୍ଲକ୍ର ବିଭିନ୍ନ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶରେ ନୂତନ ଅଧ୍ୟାୟ ଯୋଡ଼ିି ହେବ ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି ।
ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ ଉପସ୍ଥିତ ରହି ନବୀନ ସରକାରଙ୍କ ଅମଳରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିକାଶର ଧାରା ଜାର ରହିବା ସହ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅର୍ଥର ଅଭାବ ରହିବନି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ସରୋଜ କୁମାର କର, ସହକାରୀ ନିର୍ବାହୀ ଯନ୍ତ୍ର ଇଂ. ସୁଜିତ୍ କୁମାର ଲାଗୁନ୍, କନିଷ୍ଠ ଯନ୍ତ୍ର ଇଂ. ଶ୍ରୀନିବାସ ରାଓ, ଗଞ୍ଜାମ ଜୋନ୍ ଯୁବ ବିଜେଡିି ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡିି ନେତା ଭଗବାନ ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବି ମନୋଜ କୁମାର ଦୋରା, ଆସିକା ବ୍ଲକ୍ ବିଜେଡ଼ିି ସଭାପତି ରାଜେଶ କୁମାର ପଟ୍ଟନାୟକ, ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶିବ ନାହାକ, ସମବାୟ କେନ୍ଦ୍ରବ୍ୟାଙ୍କ ପରିଚାଳନା ପରିଷଦର ସଭାପତି ମଙ୍ଗୁଳୁଧର ସାହୁ, ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ଅଭିମନୁ୍ୟ ନାହାକ, ସମାଜସେବିକା ପଦ୍ମାବତୀ ସାହୁ, ସରପଞ୍ଚ ଜୟନ୍ତୀ ସାହୁ ଓ ଆରତୀ ଦେବୀ ସ୍ୱାଇଁ, ବିଜେଡ଼ିି ନେତା ଜିତେନ୍ଦ୍ର କୁମାର ବିଷୋୟୀ, ପ୍ରଣବ କୁମାର ବିଷୋୟୀ, ଅଶ୍ୱିନୀ କୁମାର ବିଷୋୟୀ, ବିଦ୍ୟାନ୍ତ କୁମାର ଚର୍ଚ୍ଚୀ, ଟୁଲୁ ଜେନା, ଅନିଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ବ୍ଲକ୍ର ସାନ୍ଧିନୁଆପଲ୍ଲୀ ଗ୍ରାମରେ ୩୬ ଲକ୍ଷ ୭୮ହଜାର ଟଙ୍କା ବ୍ୟୟରେ ୩୦ହଜାର ଲିଟର ଜଳ ସଂରକ୍ଷଣ କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ସେହିପରି ବଜ୍ରକୋଟ ଗ୍ରାମରେ ୫୧ ଲକ୍ଷ ଟଙ୍କା ବ୍ୟୟରେ ୪୦ହଜାର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ଅନୁରୂପ ଭାବେ ମାଗୁରାପଲ୍ଲୀ ଗ୍ରାମରେ ୫୧ ଲକ୍ଷ ୬୬ ହଜାର ଟଙ୍କା ବ୍ୟୟରେ ୪୦ ହଜାର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ, ଦନ୍ତାରିବଗଡ଼ ଗ୍ରାମରେ ୨୮ ଲକ୍ଷ ୧୬ ହଜାର ଟଙ୍କା ବ୍ୟୟରେ ୨୦ହଜାର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ, ଗୌଡ଼ଗୋଠ ଗ୍ରାମରେ ୩୧ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ, ସିମାଖାଇ ଗ୍ରାମରେ ୨୯ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ଓ କେଶପୁର ଗ୍ରାମରେ ୭୮ ଲକ୍ଷ ୫୫ ହଜାର ଟଙ୍କା ବ୍ୟୟରେ ୭୫ ହଜାର ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ ।