ସାନି ରେକର୍ଡ କଲା ଇସ୍ରୋ
ଏକସଙ୍ଗେ ୯ ସାଟେଲାଇଟ୍ ଉତ୍କ୍ଷେପଣ
ଶ୍ରୀହରିକୋଟା, ୨୬ା୧୧: ଆନ୍ଧ୍ରର ଶ୍ରୀହରିକୋଟାସ୍ଥିତ ସତୀଶ ଧବନ ସ୍ପେସ୍ ସେଣ୍ଟରରୁ ଶନିବାର ୧୧ଟା୫୬ରେ ପିଏସ୍ଏଲ୍ଭି-ସି ୫୪ରୁ ଏକକାଳୀନ ୯ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଛି । ଶୁକ୍ରବାର ଏଥିପାଇଁ କାଉଣ୍ଟ୍ଡାଉନ୍ ଆରମ୍ଭ ହୋଇଥିବା ଏବଂ ପୂର୍ବାହ୍ନ ୧୦ଟା ୨୬ରେ ଉତ୍କ୍ଷେପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସାଟେଲାଇଟ୍ ମଧ୍ୟରେ ଭୂପୃଷ୍ଠ ପର୍ଯ୍ୟବେକ୍ଷକ ଓସିଅନ୍ ସାଟ୍ ଏବଂ ୮ ବ୍ୟାବସାୟିକ ସାଟେଲାଇଟ୍ ଅନ୍ତର୍ଭୁକ୍ତ । ଏହି ସାଟେଲାଇଟ୍ଗୁଡିକ ଘରୋଇ କମ୍ପାନୀ ଭାରତ ଓ ଭୁଟାନ ମିଳିତଭାବେ ନିର୍ମାଣ କରିଛନ୍ତି । ଓସିଏନ୍ ସାଟ୍ ହେଉଛି ଏହି ସିରିଜ୍ର ତୃତୀୟ ପିଢିର ସାଟେଲାଇଟ୍ । ଏହା ବ୍ୟତୀତ ପିଏସ୍ଏଲ୍ଭିରେ ନାନୋ ସାଟେଲାଇଟ୍ ‘ଆନନ୍ଦ’ ନାମକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ସାଟେଲାଇଟ୍ ମଧ୍ୟ ମହାକାଶକୁ ପ୍ରେରଣ କରାଯାଇଛି । କ୍ଷୁଦ୍ର ଭୂ-ପର୍ଯ୍ୟବେକ୍ଷଣ କ୍ୟାମେରାର ସାମର୍ଥ୍ୟ ଏବଂ ବ୍ୟାବସାୟିକ ପ୍ରୟୋଗ ହେଉଛି ଏହାର ଉଦେ୍ଦଶ୍ୟ । ସାଟେଲାଇଟ୍ଗୁଡିକୁ ମହାକାଶରେ ଛାଡିବା ପରେ ପିଏସ୍ଏଲ୍ଭି ୫୧୬ କିମିକୁ ଖସିଆସିବ । ଏହାପରେ ଶେଷ ସାଟେଲାଇଟ୍ ୫୨୮ କିମି ଦୂରରେ ଅବସ୍ଥାପନ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।