ଅବହେଳିତ ଅବସ୍ଥାରେ ତୀର୍ଥମଠ ମୁ୍ୟଜିୟମ୍
ଝଙ୍କଡ଼ (ଆପ୍ର): ତିର୍ତ୍ତୋଲ ବ୍ଲକ୍ ତୁଳଙ୍ଗ ପଞ୍ଚାୟତରେ ଥିବା ପ୍ରର୍ଶୁରାମ କ୍ଷେତ୍ର ତିମଠ ମୁ୍ୟଜିୟମ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ୧୯୮୨ ମସିହାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ପ୍ରର୍ଶୁରାମ ମଠର ଠାକୁର ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିଲା ଯାହା ଫଳରେ ପ୍ରର୍ଶୁରାମ କ୍ଷେତ୍ରରେ ଯେଉଁ ପୂରାତନ ପଥର ପ୍ରତିମୂର୍ତ୍ତି ରହିଥିଲା ସେ ସବୁ ମଠ ଭିତରେ ଥିବା ବିଭିନ୍ନ ଗଛ ମୂଳରେ ପୂଜା ପାଉଥିଲେ । ଏ ସବୁ ଖବର ପାଇବା ପରେ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଦଳ ପ୍ରର୍ଶୁରାମ କ୍ଷେତ୍ରକୁ ବୁଲି ଦେଖିବା ସହିତ ସେଠାରେ ପୂଜା ପାଉଥିବା ମୂର୍ତ୍ତି ଗୁଡିକୁ ପୂଜା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ମଠକୁ ଲାଗି ଥିବା ଏକ ଏକର ଜାଗାରେ ୨ ବଖରା ଘର ନିର୍ମାଣ କରାଯାଇ ସେଠାରେ ସବୁ ପଥର ପ୍ରତିମୂର୍ତ୍ତି ଦେବାଦେବୀଙ୍କୁ ପୂଜା ହେଉଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ କିଛି ପଦକ୍ଷେପ ଗ୍ରହଣ କରୁ ନ ଥିବା ବେଳେ କୈାଣସି ଅଧିକାରୀ ବି ପରିଦର୍ଶନ ପାଇଁ ଆସୁ ନାହାଁନ୍ତ । ଦୀପ ତଳ ଅନ୍ଧାର ଭଳି ପଡ଼ି ରହିଛି ଏହି ଏହି ମୁ୍ୟଜିୟମ ।
ପ୍ରର୍ଶୁରାମ କ୍ଷେତ୍ର ତୀର୍ଥମଠ ନିକଟରେ ଏହି ମୁ୍ୟଜିୟମ ରହିଥିବାରୁ ଅନେକ ଦୂର ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ପ୍ରର୍ଶୁରାମ କ୍ଷେତ୍ରକୁ ବୁଲିବାକୁ ଆସୁଥିବା ବେଳେ ମୁ୍ୟଉଜିୟମ ବୁଲି ଦେଖିଥାନ୍ତି । ଦିର୍ଘ ବର୍ଷ ହେବ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହେବା ସହିତ ବଣଜଙ୍ଗଲରେ ପରିପୁର୍ଣ୍ଣ ହୋଇଗଲାଣି ଅନେକ ମଠ ମନ୍ଦିର ଓ ମୁ୍ୟଜିୟମ ଉନ୍ନତି କରାଯାଉଥିବା ବେଳେ ସରକାରଙ୍କ ଏହି ତୀର୍ଥମଠ ମୁ୍ୟଜିୟମ କାହିଁକି ଅବହେଳିତ ଅବସ୍ଥାରେ ପଡ଼ିରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ମୁ୍ୟଉଜିୟମରେ ବର୍ତ୍ତମାନ ଅନେକ ଦେବା ଦେବୀଙ୍କ ପ୍ରତିମୂର୍ତ୍ତି ରହିଥିବା ବେଳେ ଛାତରୁ ପ୍ଲାଷ୍ଟର ଗଳି ପଡ଼ିଲାଣି । କ’ଣ ପାଇଁ ଏହାକୁ ପ୍ରଶାସନ ଦୃଷ୍ଟି ଦେଉନି ବୋଲି ସାଧାରଣରେ ଚର୍ଚ୍ଚା ହେବା ସହିତ ଅନେକ ଦୂର ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।