୨ଠ ଲକ୍ଷ ନିଯୁକ୍ତି, ଛାତ୍ରୀଙ୍କୁ ମାଗଣା ଶିକ୍ଷା, ସ୍କୁଟି
ଗୁଜରାଟ ବିଧାନସଭା ନିର୍ବାଚନ ।ା ସଂକଳ୍ପପତ୍ର ଜାରି କଲା ବିଜେପି
ଗାନ୍ଧୀନଗର (ଏଜେନ୍ସି): ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣାପତ୍ର ଜାରି କରିଛି । ଏଥିରେ ବିଜେପି ପ୍ରାୟ ୪ଠଟି ପ୍ରତିଶ୍ରୁତିକୁ ପ୍ରତିଜ୍ଞା ଭାବେ ଉପସ୍ଥାପନ କରିଥିବା ଦେଖିବାକୁ ମିଳିଛି । ତେବେ ଏସବୁ ପ୍ରତିଶ୍ରୁତି ମଧ୍ୟରେ ୫ ବର୍ଷରେ ୨ଠ ଲକ୍ଷ ନିଯୁକ୍ତି, ଆଇଆଇଟି, କୃଷି ଭିତ୍ତିଭୂମୀ ଏବଂ ୪ଟି ଗୁଜରାଟ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଜିଆଇଟି) ପ୍ରତିଷ୍ଠା ଲାଗି ବିଜେପି ପ୍ରତିଶ୍ରୁତି ଦେବାକୁୂ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘୋଷଣାପତ୍ର ଜାରି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନ‡ା, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ବିଜେପି ପ୍ରଦେଶ ସଭାପତି ସିଆର ପାଟିଲଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ବିଜେପି ନିଜ ଘୋଷଣାପତ୍ରରେ ପ୍ରତ୍ୟେକ ଛାତ୍ରୀଙ୍କୁ ମାଗଣା ଶିକ୍ଷା, କଲେଜ ପଢ଼ା ଝିଅଙ୍କୁ ମାଗଣା ଇଲେକ୍ଟ୍ରିକ୍ ସ୍କୁଟି, ୟୁନିଫର୍ମ ସିଭିଲ କୋଡ୍ କମିଟିର ସୁପାରିଶକୁ କାର୍ଯ୍ୟକାରୀ, ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟବୀମାକୁ ୧ଠ ଲକ୍ଷ କରାଯିବା ଭଳି ପ୍ରତିଶ୍ରୁତି ଦେଇଛି । ସେହିପରି ଆସନ୍ତା ୫ ବର୍ଷରେ ମହିଳାଙ୍କ ପାଇଁ ୧ ଲକ୍ଷ ସରକାରୀ ନିଯୁକ୍ତି, ବୟସ୍କା ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଭଳି ପ୍ରତିଶ୍ରୁତି ଦେଇଛି । ସିଧାଅର୍ଥରେ କହିବାକୁ ଗଲେ ବିଜେପି ଏହି ଘୋଷଣାପତ୍ର ମାଧ୍ୟମରେ ସମସ୍ତ ବର୍ଗର ଲୋକଙ୍କୁ ଆକର୍ଷିତ କରିବାକୁ ଭରପୁର ଉଦ୍ୟମ କରିଛି । ମୁଖ୍ୟତଃ ମହିଳା ଭୋଟରଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ଦେଖିବାକୁ ମିଳୁଛି ।
ନ‡ା ଏହି ଅବସରରେ ସୂଚନା ଦେଇ କହିଛନ୍ତି ଗୁଜରାଟରେ ଚରମପନ୍ଥୀ ନିରୋଧ (ଆଣ୍ଟି ରେଡିକୁଲେସନ୍) ଗଠନ କରାଯିବ । ଦକ୍ଷିଣ ଗୁଜୁରାଟ ଓ ସୌରାଷ୍ଟ୍ରରେ ଦୁଇଟି ସିଫୁଡ ପାର୍କ, ବ୍ଲୁ ଇକୋମୋମି ଇଣ୍ଡଷ୍ଟି୍ରଆଲ୍ କରିଡର, ଜଳସେଚନ ସୁବିଧା ପାଇଁ ୨୫ହଜାର କୋଟି, ପୁରୁଣା ମନ୍ଦିର ମରାମତି ଏବଂ ପ୍ରଚାର ପାଇଁ ୧ଠଠଠ କୋଟି, ଦ୍ୱାରିକା କରିଡର ନିର୍ମାଣ ଭଳି ଏକାଧିକ ପ୍ରସଙ୍ଗ ଉପରେ ବିଜେପି ସରକାର କାମ କରିବାକୁ ପ୍ରତିଶ୍ରୁତି ବଦ୍ଧ । ବିଦେଶୀ ନିବେଶ ସହିତ ଗୁଜରାଟକୁ ୧ ଟ୍ରିଲିୟନ ଅର୍ଥନୀତି ସମ୍ପନ୍ନ ରାଜ୍ୟରେ ପରିଣତ କରାଯିବ ବୋଲି ନ‡ା କହିଛନ୍ତି । ସୂଚନାଯୋଗ୍ୟ, ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ଡିସେମ୍ବର ୧ ଓ ୫ ତାରିଖ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ଡିସେମ୍ବର ୮ ତାରିଖରେ ହିମାଚଳପ୍ରଦେଶ ସହିତ ଗୁଜରାଟର ବି ନିର୍ବାଚନ ଫଳାଫଳ ଘୋଷଣା ହେବ ।
ପ୍ରକାଶ, ଦୀର୍ଘ ୨୭ ବର୍ଷର ଶାସନ ସତ୍ତ୍ୱେ ବିଜେପି ଏପ୍ରକାର ପ୍ରତିଶ୍ରୁତି ଦେବା ଏବଂ ଚଳିତ ନିର୍ବାଚନ ପାଇଁ ୪ଠଟି ପ୍ରତିଶ୍ରୁତିକୁ ଉପସ୍ଥାପନ କରିବାକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଅନ୍ୟ ଅର୍ଥରେ ଦେଖୁଛନ୍ତି । ଚଳିତ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ସହ ଆମ୍ ଆଦ୍ମୀ ପାର୍ଟି (ଆପ୍) ମଧ୍ୟ ମୈଦାନରେ ଅବତୀର୍ଣ୍ଣ ହୋଇଛି । ପଞ୍ଜାବରେ ଆପ୍ ଠାରୁ ପରାଜିତ ହେବା ପରେ ବିଜେପି ଏବେ ଆପ୍କୁ ନେଇ ଭୟଭୀତ ହେବା ସ୍ୱାଭାବିକ୍ । ଏହି କାରଣରୁ ବିଜେପି ନିଜ ଘୋଷଣା ପତ୍ରରେ ୪ଠଟି ପ୍ରତିଶ୍ରୁତିକୁ ସାମିଲ କରିଥିବା ରାଜନୈତିକ ଏକ୍ସପର୍ଟ ମତବ୍ୟକ୍ତ କରୁଛନ୍ତି । ଅନ୍ୟପକ୍ଷେ ବିରୋଧୀ କଂଗ୍ରେସ ଏବଂ ଆପ୍କୁ ଏବେ ବିଜେପି ବିରୋଧରେ ପ୍ରଚାରକୁ ଜୋରଦାର କରିବାକୁ ଭଲ ପ୍ରସଙ୍ଗ ମିଳିଯାଇଛି । ବିଜେପି ଗତ ୨୭ ବର୍ଷ ମଧ୍ୟରେ ସବୁଥିରେ ବିଫଳ ହୋଇଥିବା ନିଜେ ପ୍ରମାଣିତ କରୁଛି ବୋଲି ଉଭୟ କଂଗ୍ରେସ ଏବଂ ଆପ୍ ପକ୍ଷରୁ କୁହାଯାଇଛି ।