ନିଷିଦ୍ଧାଞ୍ଚଳରୁ ଦୁଇ ଟ୍ରଲର୍ ଜବତ

ପ୍ରଶାସନିକ ନିଷ୍କ୍ରିୟତା: ବିରଳ କଇଁଛ ବଂଶ ଧ୍ୱସଂ ହେବା ଆଶଙ୍କା
କୋଣାର୍କ/ଅସ୍ତରଙ୍ଗ (ଆପ୍ର): ଅଲିଭ୍ ରିଡ୍ଲେଙ୍କ ପ୍ରଜନନ ପାଇଁ ସେମାନେ ସମୁଦ୍ର ଗର୍ଭରୁ କୂଳ ଆଡ଼କୁ ମୁହାଁଇଥାନ୍ତି ଯେଉଁଥିପାଇଁ ନଭେମ୍ବର ପ୍ରଥମ ସପ୍ତାହରୁ ମେ ମାସ ପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ ଟ୍ରଲର୍ ଓ ମେସିନି ଡଙ୍ଗା ଚଳ ପ୍ରଚଳକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି । ଏହାକୁ ଅମାନ୍ୟ କରି କୋଣାର୍କ ଚନ୍ଦ୍ରଭାଗା ଉପକୂଳ ନିଷିଦ୍ଧାଞ୍ଚଳରେ ମାଳମାଳ ଟ୍ରଲର୍ ପ୍ରତ୍ୟେକ ଦିନ କୂଳର ଅତି ନିକଟରୁ ମାଛ ଧରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ବିସ୍ତ୍ରୁତ ଖବର ପ୍ରକାଶ ପରେ ମତ୍ସ୍ୟ ଓ ବନ ବିଭାଗର ଚେତା ପଶିଛି ।
ଆଜି ମତ୍ସ୍ୟ ବିଭାଗ, ମେରାଇନ ପୁଲିସ୍ର ସ୍ପେଶାଲ ଟିମ୍ ଓ ବନବିଭାଗ ମିଳିତ ଚଢ଼ଉ କରି ଦୁଇଟି ଟ୍ରଲର୍ ଜବତ କରିଛନ୍ତି । ଏଥିସହ ପ୍ରାୟ ୫ କ୍ୱିଣ୍ଟାଲ୍ ମାଛ ଜବତ ହୋଇଥିବା ଜଣାପଡ଼ିଛି । ଜବତ ହୋଇଥିବା ଟ୍ରଲର୍ ଆଇଆଇଏନ୍ଡିଓଆର୍ଏମ୍ଏମ୍ ୨୨୫ ଏବଂ ୧୬୮୨୦୧୭୧ ପାରାଦୀପ ଅଞ୍ଚଳର ବୋଲି ଜଣାପଡ଼ିଛି । ବିରଳ ଅଲିଭ୍ ରିଡ୍ଲେଙ୍କ ପାଇଁ ଭୂସ୍ୱର୍ଗ ପୁରୀ ଜିଲ୍ଲା ଅସ୍ତରଙ୍ଗ, ଚନ୍ଦ୍ରଭଗା ସମୁଦ୍ର ଉପକୂଳରେ ଅଣ୍ଡା ଦାନ ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି । ବିଭାଗୀୟ ଅଧିକାରୀଙ୍କର ଉଦାସୀନତା ଓ ମନମାନି ନୀତି ଯୋଗୁଁ ଦିନକୁ ଦିନ ସମୁଦ୍ର ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର୍ ଖୁଲାମଖୁଲା ଚଳାଚଳ ହେଉଛି । ଏହାଦ୍ୱାରା ବିରଳ ପ୍ରଜାତିର ଅଭିଲ୍ ରିଡ୍ଲେମାନେ ମୃତୁ୍ୟବରଣ କରୁଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦିଶାହୀନ ପାଟ୍ରୋଲିଂ ଯୋଗୁଁ ଟ୍ରଲର ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସହିତ ଏହି ବିରଳ ଅଲିଭ୍ ରିଡ୍ଲେଙ୍କ ବଂଶ କାଳକ୍ରମେ ଲୋପ ପାଇବାରେ ଲାଗିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *