୨୫.୫୪ ଲକ୍ଷ ଫାଇନ୍ ଆଦାୟ

ଆର୍ଟିଓ ପକ୍ଷରୁ ସ୍ପେସିଆଲ ଡ୍ରାଇଭ୍ରେ ସଫଳତା
ପୁରୀ (ବୁ୍ୟରୋ): ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିଦେ୍ର୍ଦଶକ୍ରମେ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍ପି କନୱାର ବିଶାଲ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଦର ଥାନା ଛକ ସମେତ ଜିଲ୍ଲାର ବିଭିନ୍ନ ଛକମାନଙ୍କରେ ସ୍ପେସିଆଲ ଡ୍ରାଇଭ୍ କାର୍ଯ୍ୟକ୍ରମ କରାଯାଇ ଶତାଧିକ ଗାଡ଼ିମୋଟର ଯାଞ୍ଚ କରାଯାଇଥିଲା । ଗତ ୧ରୁ ୨୫ ଯାଏ ଅନୁଷ୍ଠିତ ଅଭିଯାନରେ ଗାଡ଼ି ଚାଳକଙ୍କ ଡିଏଲ୍ ଚେକିଂରେ ୫୯୮ ଜଣ, ସିଟ୍ ବେଲ୍ଟ ଚେକିଂରେ ୪୨ ଜଣଙ୍କୁ ଜରିମାନା, ହେଲ୍ମେଟ୍ ଚେକିଂ କରାଯାଇ ୩୪୦ ଜଣଙ୍କୁ ଫାଇନ ସହିତ ଗାଡ଼ି ଜବତ, ଓଭର ସ୍ପିଡ୍ ପାଇଁ ୪୦୨ ଜଣ, ମୋବାଇଲ ବ୍ୟବହାର ପାଇଁ ୨୪ ଜଣ, ୩୦ ଜଣ ମଦୁଆ ଗାଡ଼ି ଚାଳକ ଫାଇନ ସହିତ ଗାଡ଼ି ଜବତ, ମାଲ୍ଗାଡ଼ିରେ ପାସେଞ୍ଜର ନେବା ଅଭିଯୋଗରେ ୬ଟି ଗାଡ଼ି, ୧୫୫ ଜଣ ବିନା ଇନ୍ସୁ୍ୟରାନ୍ସ ଗାଡ଼ି ଚାଳକଙ୍କୁ, ୮ ଗୋଟି ଓଭର ଲୋଡିଂ ଗାଡ଼ି ଚାଳକଙ୍କୁ ଜରିମାନା କରାଯାଇଛି । ସମୁଦାୟ ୧୩୦୩ ଜଣଙ୍କ ନାଁରେ ଇ-ଚାଲାଣ କରାଯାଇ ସମୁଦାୟ ୨୫ ଲକ୍ଷ ୫୪ ହଜାର ୨୩୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ବକେୟା ୬୭ ଲକ୍ଷ ୮୭ ହଜାର ୯୦୫ ଜରିମାନା ଟଙ୍କା ବିଭାଗୀୟ ଅଫିସ୍ରେ ଗାଡ଼ି ମାଲିକ ଓ ଡ୍ରାଇଭର୍ଙ୍କ ଠାରୁ ଖୁବ୍ଶୀଘ୍ର ଆଦାୟ କରାଯିବ । ଅନେକ ଡିଏଲ୍ ବାତିଲ୍ କରାଯାଇ ଗାଡ଼ିଚାଳକ ନାଁରେ ବିଭିନ୍ନ ମାମଲା ରୁଜୁ ହୋଇଛି ।
ସହର ତଥା ଜିଲ୍ଲାରେ ଦୁର୍ଘଟଣା ହାର ଓ ମୃତୁ୍ୟ ହାର ବୃଦ୍ଧି ପାଇଥିବାରୁ ଜିଲ୍ଲାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସାଧାରଣ ଲୋକ ଓ ପର୍ଯ୍ୟଟକଙ୍କ ଧନ ଜୀବନ ସୁରକ୍ଷା ଲାଗି ଆଗକୁ ଏ ଅଭିଯାନ ଆହୁରି କଡ଼ାକଡ଼ି କରାଯିବ । ଲୋକେ ଯେମିତି ଅଯଥାରେ ଦଶ ହଜାର, ପନ୍ଦର ହଜାର ଟଙ୍କା ଫାଇନ୍ ନ ଦେବେ ଏବଂ ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ନ ଚଳାଇବା, ଟ୍ରାଫିକ୍ ନିୟମକୁ ଶୃଙ୍ଖଳାର ସହିତ ମାନିବା ଓ ଜିଲ୍ଲାରେ ଦୁର୍ଘଟଣା ମୃତୁ୍ୟ ହାରକୁ କିଭଳି ରୋକାଯାଇପାରିବ ଏଥିପାଇଁ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସହର ତଥା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଏ ନେଇ ସହର ତଥା ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ପୁଲିସ ସହାୟତାରେ ଏ ଅଭିଯାନ ଆହୁରି ବ୍ୟାପକ କରାଯିବ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଆର୍ଟିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *