ମିଶର ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସର ଚିଫ୍ ଗେଷ୍ଟ୍
ନୂଆଦିଲ୍ଲୀ, ୨୫ା୧୧: ଆଗାମୀ ଗଣତନ୍ତ୍ର ଦିବସ ପରେଡ୍ ସମାରୋହ ପାଇଁ ପ୍ରଧାନ ଅତିଥିଭାବେ ମିଶର ରାଷ୍ଟ୍ରପତି ଅବଦେଲ୍ ଫତେହ ଅଲ୍ ସିସିଙ୍କୁ ନିମନ୍ତ୍ରଣ କରାଯାଇଛି । ଅଲ୍ ସିସି ୨୦୧୪ରୁ ରାଷ୍ଟ୍ରପତି ରହିଆସିଛନ୍ତି । ମିଶର ଆଫ୍ରିକା ମହାଦେଶର ଦ୍ୱିତୀୟ ବୃହତମ ଅର୍ଥ ବ୍ୟବସ୍ଥା । ଚଳିତ ବର୍ଷ ଭାରତ-ମିଶର କୂଟନୈତିକ ସମ୍ପର୍କର ୭୫ତମ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା (୨୦୧୫), ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ହଲାଣ୍ଡ୍ (୨୦୧୬) । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚଳିତ ବର୍ଷ ମିଶର ଗସ୍ତରେ ଯାଇଥିଲେ ।