ଗଡ଼ିବନି ୧୫ ବର୍ଷର ଗାଡି

ସରକାରୀ ଗାଡିÿ ବି କବାଡ଼ିଖାନାକୁ ଯିବ
ନାଗପୁର, ୨୫ା୧୧: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁରୁଣା କାର୍, ଟ୍ରକ୍, ବସ୍ ଆଦି ଯାଦବତୀୟ ଯାନବାହନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି, ୧୫ ବର୍ଷରୁ ଅଧିକ ହୋଇଥିବା ସବୁ ପୁରୁଣା ଗାଡିକୁ ରାସ୍ତାରେ ଗଡିବାକୁ ଅନୁମତି ଦିଆଯିବ ନାହିଁ । ଏ ସମ୍ବନ୍ଧୀୟ କେନ୍ଦ୍ରୀୟ ନୀତି ସମ୍ପର୍କରେ ରାଜ୍ୟମାନଙ୍କୁ ଜଣାଇ ଦିଆଯାଇଛି ।
ନାଗପୁରଠାରେ ବାର୍ଷିକ କୃଷି ପ୍ରଦର୍ଶନୀ (ଏଗ୍ରୋ ଭିଜନ) ଉଦ୍ଘାଟନ କରି ସେ କହିଛନ୍ତି, ୧୫ ବର୍ଷରୁ ଅଧିକ ହୋଇଥିବା ଗାଡିଗୁଡିକୁ କବାଡିଖାନାକୁ ପଠାଇ ଦିଆଗଲେ ପ୍ରଦୂଷଣ କମାଯାଇପାରିବ । ସରକାର ପୂର୍ବରୁ ଭେଇକଲ୍ ସ୍କ୍ରାପେଜ୍ ପଲିସି ଘୋଷଣା କରିଛନ୍ତି । ସ୍କ୍ରାପ୍ ପଲିସି ଅନୁଯାୟୀ ୨୦୨୩ରୁ ସବୁ ବ୍ୟାବସାୟିକ ଭାରୀଯାନର ଫିଟ୍ନେସ୍ ଟେଷ୍ଟ୍ ଅନିର୍ବାଜ୍ୟ ହେବ । ଘରୋଇ ଯାନଗୁଡିକ ପାଇଁ ଏ ବ୍ୟବସ୍ଥା ୨୦୨୪ ଜୁନ୍ରୁ ଲାଗୁ ହେବ । ଏ ସମ୍ପର୍କିତ ଫାଇଲ୍ରେ ଗୁରୁବାର ସେ ସ୍ୱାକ୍ଷର କରିଛନ୍ତି ବୋଲି ଗଡକରୀ କହିଥିଲେ । ଏହି ନୀତିକୁ ସବୁ ରାଜ୍ୟ ଗ୍ରହଣ କରିବା ଆବଶ୍ୟକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *