୧୨ ବର୍ଷ ପରେ ବିଶ୍ୱକପ୍ ମ୍ୟାଚ୍ ଜିତିଲା ଅଷ୍ଟ୍ରେଲିଆ

ଫିଫା ବିଶ୍ୱକପ୍ ୨୦୨୨
ଅଲ୍-ୱକ୍ରା (କତର), ୨୬ା୧୧ (ଏଜେନ୍ସି): ଷ୍ଟ୍ରାଇକର୍ ମିଚେଲ୍ ଷ୍ଟାର୍କଙ୍କ ଗୋଲ୍ ବଳରେ ଅଷ୍ଟ୍ରେଲିଆ ଶନିବାର ଫିଫା ବିଶ୍ୱକପ୍ର ଗ୍ରୁପ୍-ଡି ମ୍ୟାଚ୍ରେ ଟୁ୍ୟନିସିଆ ବିପକ୍ଷରେ ୧-୦ରେ ସ୍ମରଣୀୟ ବିଜୟ ହାସଲ କରିଛି । ୧୨ ବର୍ଷ ପରେ ବିଶ୍ୱକପ୍ରେ ପ୍ରଥମ ମ୍ୟାଚ୍ ଜିତିଛି ଅଷ୍ଟ୍ରେଲିଆ । ଫୁଟ୍ବଲ୍ ମହାକୁମ୍ଭ ଇତିହାସରେ ଅଷ୍ଟ୍ରେଲିଆ ଏ ଯାବତ ତିନିଟି ମ୍ୟାଚ୍ ଜିତିଛି ।
ଅଲ୍-ଜନୁବ୍ ଷ୍ଟାଡିୟମ୍ରେ ଡୁ୍ୟକ୍ ପ୍ରଥମାର୍ଦ୍ଧର ମଧ୍ୟଭାଗରେ ଚିତ୍ତାକର୍ଷକ ହେଡର୍ ଜରିଆରେ ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ଅଗ୍ରଣୀ କରିଥିଲେ । ଗୋଲ୍କିପର୍ ଅୟମେନ୍୍ ଡହମେନ୍ ଏହାକୁ ଅଟକାଇବାକୁ ପ୍ରୟାସ କରି ବିଫଳ ହୋଇଥିଲେ ।
ଏହି ବିଜୟ ବିଶ୍ୱକପ୍ରେ ଅଷ୍ଟ୍ରେଲିଆର ସାତ-ମ୍ୟାଚ୍ର ବିଜୟଶୂନ୍ୟ ଅଭିଯାନରେ ପୂର୍ଣ୍ଣଚ୍ଛେଦ ପକାଇଥିଲା । ଶେଷ ଥର ୨୦୧୦ରେ ସର୍ବିଆ ଠାରେ କଙ୍ଗାରୁ ଟିମ୍ ବିଜୟରୁ ତିନି ପଏଣ୍ଟ ପାଇଥିଲା । ଅଷ୍ଟ୍ରେଲିଆର ସର୍ବୋତ୍ତମ ବିଶ୍ୱକପ୍ ପ୍ରଦର୍ଶନ ୨୦୦୬ରେ ଦେଖିବାକୁ ମିଳିଥିଲା, ଯେଉଁଠି ଟିମ୍ ଅନ୍ତିମ-୧୬ରେ ସ୍ଥାନ ପାଇଥିଲା ।
ଅଷ୍ଟ୍ରେଲିଆ ଗ୍ରୁପ୍-ଡି’ରେ ଦୁଇ ମ୍ୟାଚ୍ରୁ ତିନି ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ଟିମ୍ ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଫ୍ରାନ୍ସ ଠାରୁ ୧-୪ରେ ହାରି ଯାଇଥିଲା । ଅଷ୍ଟ୍ରେଲିଆ ନିଜ ଶେଷ ଗ୍ରୁପ୍ ମ୍ୟାଚ୍ରେ ୩୦ରେ ଡେନ୍ମାର୍କକୁ ଭେଟିବ ।
ଟୁ୍ୟନିସିଆର ପେନାଲ୍ଟି ବକ୍ସ ପାଖରେ ଡୁ୍ୟକ୍ଙ୍କୁ ଟିମ୍ମେଟ୍ କ୍ରସ୍ ଦେଇଥିଲେ । ଏଥିରେ ସେ ହେଡର୍ରୁ ନେଟ୍ର ରାଇଟ୍ କର୍ଣ୍ଣରରେ ବଲ୍କୁ ପହଞ୍ଚାଇଥିଲେ । ୨୩ତମ ମିନିଟ୍ରେ ହୋଇଥିବା ଏହି ଗୋଲ୍ ବଳରେ ୧-୦ରେ ଅଗ୍ରଣୀ ରହିଥିଲା ଅଷ୍ଟ୍ରେଲିଆ । ଟୁର୍ଣ୍ଣାମେଣ୍ଟର ଟିମ୍ର ଏହା ଦ୍ୱିତୀୟ ଗୋଲ୍ ଥିଲା । ଏହା ପୂର୍ବରୁ ଫ୍ରାନ୍ସ ବିପକ୍ଷ ପ୍ରଥମ ମ୍ୟାଚ୍ରେ କ୍ରେଗ୍ ଗୁଡ୍ୱିନ୍ ନବମ ମିନିଟ୍ରେ ଗୋଲ୍ ଦେଇଥିଲେ ।
ଗୋଲ୍ ଖାଇବା ପରେ ଟୁ୍ୟନିସିଆ ଟିମ୍ ଅଷ୍ଟ୍ରେଲିଆ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲା । ଟିମ୍ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲା । ତେବେ ମଧ୍ୟାନ୍ତର ସୁଦ୍ଧା ସ୍କୋର୍ଲାଇନ୍ ଅପରିବର୍ତ୍ତିତ ରହିଥିଲା ।
ଦ୍ୱିତୀୟାର୍ଦ୍ଧରେ ମୁକାବିଲା ସଂଘର୍ଷପୂର୍ଣ୍ଣ ରହିଥିଲା । ଟୁ୍ୟନିସିଆ ଗୋଲ୍ ପରିଶୋଧ କରିବାରେ ବିଫଳ ହୋଇଥିଲା । ଟିମ୍କୁ ଗୋଟିଏ ସୁଯୋଗ ମିଳିଥିଲା; ହେଲେ ଅଧିନାୟକ ୟୋସେଫ୍ ସକନୀଙ୍କ ସଟ୍ ଗୋଲ୍ପୋଷ୍ଟ ବାହାରକୁ ଯାଇଥିଲା ।
ଅଷ୍ଟ୍ରେଲିଆ ଗୋଲ୍ ଆଡ଼କୁ ୯ ସଟ୍ ମାରିଥିବା ବେଳେ ଟୁ୍ୟନିସିଆ ୧୪ ସଟ୍ ମାରିଥିଲା । ଟୁ୍ୟନିସିଆର ୪ ସଟ୍ ଟାର୍ଗେଟ୍କୁ ଯାଇଥିଲେ ବି ସ୍କୋର୍ ହୋଇ ନ ଥିଲା । ତେବେ ଅଷ୍ଟ୍ରେଲିଆର ୨ ସଟ୍ ଟାର୍ଗେଟ୍କୁ ଯାଇଥିଲା ଏବଂ ଗୋଟିଏ ଗୋଲ୍ ହୋଇଥିଲା । ମ୍ୟାଚ୍ରେ ଟୁ୍ୟନିସିଆ ୫ ଓ ଅଷ୍ଟ୍ରେଲିଆ ୩ କର୍ଣ୍ଣର ମିଳିଥିଲା । ଟୁ୍ୟନିସିଆ ପାଖରେ ୫୮ ପ୍ରତିଶତ ସମୟ ବଲ୍ ରହିଥିଲା । ଏହି ସମୟରେ ଟିମ୍କୁ ୩ ୟେଲୋ କାର୍ଡ ମିଳିଥିଲା । କିନ୍ତୁ ଅଷ୍ଟ୍ରେଲିଆର କୌଣସି ଖେଳାଳିଙ୍କୁ କାର୍ଡ ପ୍ରଦର୍ଶନ କରାଯାଇ ନ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *