ବଜେଟ୍ରେ ୪ଠଠ ବନେ୍ଦ ଭାରତ ଏକ୍ସପ୍ରେସ୍
୨ଠ୨୬ରେ ଆସିବ ବୁଲେଟ୍ ଟ୍ରେନ୍
ନୂଆଦିଲ୍ଲୀ, ୨୫ା୧୧: ଏବେ ବନେ୍ଦ ଭାରତ ଟ୍ରେନ୍ ସୁବିଧା ଅଳ୍ପ କେତେକ ରାଜ୍ୟରେ ମିଳୁଛି । ଆସନ୍ତା ୩ ବର୍ଷ ଭିତରେ ଏହି ଟ୍ରେନ୍ ସଂଖ୍ୟା ୪୭୫କୁ ବୃଦ୍ଧି ପାଇବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆସନ୍ତା କେନ୍ଦ୍ରୀୟ ବଜେଟ୍ରେ ୪୦୦ ବନେ୍ଦ ଭାରତ ଟ୍ରେନ୍ ବ୍ୟବସ୍ଥା କରିବାକୁ ସରକାର ଚିନ୍ତା କରୁଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସରକାର ୩୦୦ରୁ ୪୦୦ ଭିତରେ ବନେ୍ଦ ଭାରତ ଚଳାଚଳ ସମ୍ପର୍କରେ ଘୋଷଣା କରିପାରନ୍ତି । ଏପର୍ଯ୍ୟନ୍ତ ମୋଟ୍ ୭୫ ବନେ୍ଦ ଭାରତ ଟ୍ରେନ୍କୁ ମଞ୍ଜୁରି ଦିଆଯାଇଛି । ଚଳିତ ବର୍ଷ ରେଳବାଇ ବଜେଟ୍ ସପୋର୍ଟ ରେକର୍ଡ ସ୍ତରରେ ପହଞ୍ଚôବା ଆଶା କରାଯାଉଛି । ଏଥର ବଜେଟ୍ ଗତ ବର୍ଷର ୧.୩୭ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ । ସେପରି ହେଲେ ଆସନ୍ତା ୩ ବର୍ଷରେ ୪୭୫ ବନେ୍ଦ ଭାରତ ଟ୍ରେନ୍ ଦୌଡିବା ଦେଖିବାକୁ ମିଳିବ । ଏବେ ଟ୍ରେନ୍ ନିର୍ମାଣ ଯୋଜନା ଦ୍ରୁତ ଗତିରେ ଆଗେଇଛି । ରେଳମନ୍ତ୍ରୀ କହିଛନ୍ତି, ୨୦୨୬ରେ ବୁଲେଟ୍ ଟ୍ରେନ୍ ଚାଲିବା ପୂର୍ବରୁ ଏହି ଲକ୍ଷ୍ୟ ପୂରଣ ହେବ ।